ଆଲୋଭେରାରୁ ଆଣ୍ଟି ଏଜିଙ୍ଗ ଫେସ ସିରମ

ବୟସ ବଢିବା ସଙ୍ଗେ ସଙ୍ଗେ ତ୍ୱାଚାରେ ତାର ଛାପ ଛାଢିଥାଏ । ବୟସ ବଢିଲେ ତ୍ୱଚାରେ ରଙ୍କଲ୍ସ ଏବଂ ଫାଇନ୍ସ ଆସିବା ଆରମ୍ଭ କରିଥାଏ । ସେଥିପାଇଁ ତ୍ୱଚାର ଯତ୍ନ ନେବା ଜରୁରୀ । ଏଥି ପାଇଁ ଆପଣଙ୍କୁ ଆଉ ଅଧିକ ଥର ପାର୍ଲର ଯିବାକୁ ପଡିବନି କି ଦାମୀ ଦାମି କ୍ରିମ ବ୍ୟବହାର କରିବାକୁ ପଡିବନି । ଏବେ ସହଜ ଉପାୟରେ ଘରେ ତିଆରି କରିପାରିବେ ଆଲୋଭେରାରୁ ଆଣ୍ଟି ଏଜିଙ୍ଗ ଫେସ ସିରମ । ଆଲୋଭେରା ଭିଟା- କ୍ୟାରେଟିନ, ଭିଟାମିନ ସି ଏବଂ ଭିଟାମିନ ଇ ଭଳି ଅନେକ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଥାଏ । ଆଲୋଭେରା ସ୍କିନକୁ ହାଇଡ୍ରେଟେଡ କରି ରଖିବାରେ ସାହାଯ୍ୟ କରିଥାଏ । ଅନ୍ୟପଟେ ଆଲୋଭେରାରେ ଆଣ୍ଟି ଏଜିଙ୍ଗ ଗୁଣ ମଧ୍ୟ ରହିଥାଏ ଯାହା ଚେହେରାର ବଢ଼ୁଥିବା ବୟସର ଲକ୍ଷଣକୁ କମ କରିବାରେ ସାହାଯ୍ୟ କରିଥାଏ । ଏହି ସିରମ ଦ୍ୱରା ଆପଣ ନିଜ ତ୍ୱଚାକୁ ସୁନ୍ଦର କରିପାରିବେ । ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ଉପାୟ ।

ପ୍ରସ୍ତୁତ ପ୍ରଣାଳୀ :

ଆଲୋଭେରା ଫେସ ସିରମ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ଛୋଟ ଗିନା ନିଅନ୍ତୁ । ପରେ ଆପଣ ଏଥିରେ ୪ ଚାମଚ ଆଲୋଭେରା ଜେଲ, ୨ ଚାମଚ ଗୋଲାପ ଜଳ ଏବଂ ଏକ ଚାମଚ ଗ୍ଲିସେରିନ ପକାନ୍ତୁ । ଏହା ପରେ ଆପଣ ଏଥିରେ ଭିଟାମିନ ଇ ର ୩ଟି କ୍ୟାପସୁଲ ପକାନ୍ତୁ । ଆପଣ ଚାହିଁଲେ ଏଥିରେ ଏସେନ୍ସିଆଲ ତେଲକୁ ୪ରୁ ୫ ଚାମଚ ପକାଇ ପାରିବେ । ପରେ ଆପଣ ଏହି ସମସ୍ତ ଜିନିଷକୁ ଭଲ ଭାବେ ମିଶାନ୍ତୁ । ଏହା ପରେ ଆପଣ ଏହାକୁ ଏକ ସ୍ପ୍ରେ ବୋତଲରେ ଭରି ଷ୍ଟୋର କରନ୍ତୁ । ଏବେ ଆପଣଙ୍କ ଆଲୋଭେରା ଫେସ ସିରମ ପ୍ରସ୍ତୁତ ହୋଇଯିବ ।
ଏହି ଫେସ ସିରମକୁ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲ ଭାବରେ ଧୋଇ ପୋଛି ନେବେ । ଏହା ପରେ ଆପଣ ସକାଳ ଏବଂ ସନ୍ଧ୍ୟାରେ ଏହି ସିରମ ଲାଗାଇ ପାରିବେ । ଏହା ଲଗାଇବା ଦ୍ୱରା ଧିରେ ଧିରେ ଆପଣଙ୍କ ଫେସର ରିଙ୍କଲ୍ସ ଏବଂ ଫାଇନ ଲାଇନ୍ସ କମ ହେବାରେ ସାହାଯ୍ୟ ମିଳିବ ।