ବିଶ୍ୱକପ ହକି ପାଇଁ କାଉଣ୍ଟ ଡାଉନ ଆରମ୍ଭ

(ଓଡିଶା ) : ବିଶ୍ୱକପ ହକି ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍ । ଓଡିଶାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୃହ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାହାରୁ ଆସିବାକୁ ଥିବା ଖେଳାଳୀ ଏବଂ ପ୍ରତିନିଧି ମାନଙ୍କ ପାଇଁ କିଭଳି ସୁରକ୍ଷା ବ୍ୟବସ୍ଥା କରାଯିବ ବୈଠକରେ ଆଲୋଚନା ହୋଇଥିଲା । ଏହି ବିଶ୍ୱ କପ ସମୟରେ ପୋଲିସ ବିଭାଗ ତରଫରୁ ପାଖାପାଖି ୭୦ ରୁ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଖେଳାଳୀ ମାନଙ୍କର ଯାତାୟତ ଓ ରହଣୀ ସ୍ଥାନମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି ।

ସେହିପରି ଗଣମାଧ୍ୟମକୁ ସୂଚନା ଦେଇ କ୍ରୀଡା ସଚିବ ଭିଶାଲ ଦେବ କହିଛନ୍ତି ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ସେଲିବ୍ରେଟି ଉଭୟ ଉଦଘାଟନି ଓ ଉଦ୍ଦଯାପନି ଉତ୍ସବରେ ମନୋରଞ୍ଜନ କରିବେ । ସେହିପରି ୨୯ ଅଗଷ୍ଟରୁ ଦେଶର ୧୭ ଟି ସହରରରେ ବିଶ୍ୱ କପ ହକିର ପ୍ରଚାର ପ୍ରସାର କରାଯିବ । ଯେଉଁମାନେ ବିଶ୍ୱ କପ ହକି ଟିକେଟ୍ ପାଇବାରୁ ବଞ୍ଚିତ ହେବ ସୋମନଙ୍କ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ, ଜନତା ମଇଦାନ, ଆଦିବାସୀ ପଡିଆ ଏବଂ ବରମୁଣ୍ଡା ପଡିଆରେ ବଡ ସ୍କ୍ରିନ ମାଧ୍ୟମରେ ଖେଳର ମଜା ନେଇପାରିବେ । ଏହି ବୈଠକରେ ଗୃହ ସିଚବଙ୍କ ସମେତ କ୍ରୀଡା ସଚିବ , ହକି ଇଣ୍ଡିଆର କର୍ମକର୍ତ୍ତା , ପୋଲିସ ମହାନିର୍ଦ୍ଦେଶକ , ପୋଲିସ କମିସନର ପ୍ରମୁଖ ଉପସ୍ଥିତ ଥିଲେ ।