(ଆଦର୍ଶ ରାଉତ): ଆସନ୍ତା ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମ ଭିତରେ ଥିବା ହକ୍କି ଷ୍ଟାଡିୟମର ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଏକ ପଦର୍ଶନୀ ହକି ମ୍ୟାଚର ଆୟୋଜନ କରାଯିବ । ଏହି ମ୍ୟାଚଟି ଦିଲ୍ଲୀପ ତିର୍କୀ – ୧୧ ଓ ଧନରାଜ ପିଲେ -୧୧ ଙ୍କ ମଧ୍ୟରେ ଖେଳାଯିବ । ଉଭୟ ଦଳର କିଛି ପୂର୍ବତନ ଖେଳାଳୀ ଓ ବର୍ତ୍ତମାନର ଖେଳାଳୀ ସାମିଲ ରହିବେ ।
ଏନେଇ ଆଜି ପୋଲିସ କମିଶନର ସତ୍ୟଜିତ ମହାନ୍ତି ଷ୍ଟାଡିୟମର ସୁରକ୍ଷା ଜାଚଂ କରିଥିଲେ । ଯେହେତୁ ଏବେ ମଧ୍ୟ ଷ୍ଟାଡିୟମର ବାହାର ପାଶ୍ୱର୍ କାର୍ଯ୍ୟ ଶେଷ ହୋଇନାହିଁ କିଛି ଦୁର୍ଘଟଣା ନଘଟିବା ପାଇଁ ଆଗୁଆ ସତର୍କ ହେବା ସହ ସୁରକ୍ଷାର ମଧ୍ୟ କଡା କଡି ଭାବରେ ଜାଚଂ କରାଯାଇଥିଲା । ସେଇ ସମୟରେ ପୋଲିସ କମିଶନର ଙ୍କ ସହ ଅନେକ ପୋଲିସ ଉପସ୍ତିତ ଥିଲେ ।