ହକିବିଶ୍ୱ କପରେ ଦେଖିବାକୁ ମିଳିବ ଓଡିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ

( ମମତା ସାମଲ): ଆଗକୁ ଆସୁଛି ହକି ବିଶ୍ୱକପ । ଓଡ଼ିଶାକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଏହାର ପ୍ରକୃଷ୍ଠ ମାଧ୍ୟମ ହକି ବିଶ୍ୱକପକୁ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଆୟୋଜିତ ହେବାକୁଥିବା ବିଶ୍ୱସ୍ତରୀୟ ଇଭେଣ୍ଟ ପୁରୁଷ ହକି ବିଶ୍ୱକପରେ ଦେଖିବାକୁ ମିଳିବ ଓଡ଼ିଶାର କଳାକୃତିର ଝଲକ । ଅତିଥି ଓ ଖେଳାଳୀଙ୍କୁ ଦିଆଯିବ ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରୀ ଉପହାର । ଯେଉଁଥିରେ ରହିଛି ନବରଙ୍ଗପୁର ଜିଲ୍ଲାର ଲାଖ ହସ୍ତଶିଳ୍ପ। ରାଜ୍ୟ ସରକାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାର ତଥା ପ୍ରସାର ନିମନ୍ତେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ନବରଙ୍ଗପୁରର ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଲାଖ ସାମଗ୍ରୀକୁ ଏହି ମେଗା ଇଭେଣ୍ଟରେ ଉପହାର ସ୍ବରୂପ ପ୍ରଦାନ କରାଯିବ। ଭାଗ ନେଉଥିବା ୧୬ଟି ଦଳର ଖେଲାଳି ଏବଂ ଅତିଥିଙ୍କୁ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ସେହିପରି ଖେଳାଳି ଓ ଅତିଥିଙ୍କୁ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ବାରା ଇଜ୍ଜତ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲ୍ସ ଦେଇ ସ୍ବାଗତ କରାଯିବ। ଏହାବ୍ୟତୀତ ଡୋକ୍ରା, କଟକ ତାରକାସି ସାମଗ୍ରୀ ବି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।