( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଜାକାର୍ତାରେ ଚାଲିଥିବା ଏସିଆନ ଗେମରେ ବ୍ରୋଞ୍ଜ ପଦକ ଏବଂ ରୌପ୍ୟପଦକ ହାସଲ କରିଥିବା ଓଡିଆ ବିଶ୍ୱପୁରୁଷ ଓ ମହିଳା ହକି ଖେଳାଳୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ସଚିବାଳୟଠାରେ ପୂର୍ବ ଘୋଷିତ ପୁରସ୍କାର ରାଶି ପ୍ରଦାନ କରିଥିଲେ । ୪ଜଣ ଓଡିଆ ମହିଳା ହକି ଖେଳାଳୀଙ୍କୁ ୧ କୋଟି ଟଙ୍କା ଲେଖାଏଁ ଦେଇଥିଲେ । ଏହି ଖେଳାଳୀମାନେ ହେଉଛନ୍ତି ଲିଲିମା ମିଞ୍ଜ, ନମିତା ଟପ୍ପୋ, ଦିପଗ୍ରେସ୍, ସୁନିତା ଲାକ୍ରା । ବ୍ରୋଞ୍ଜ ପଦକ ହାସଲ କରିଥିବା ଦୁଇ ଜଣ ଓଡିଆ ବିଶ୍ୱ ପୁରୁଷ ହକି ଖେଳାଳୀଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏମାନେ ହେଉଛନ୍ତି ବିରେନ୍ଦ୍ର ଲାକ୍ରା, ଅମିତ ରୋହିମଦାସ । ଏହାସହ ଅମିତ୍ ରୋହିମଦାସ ଓ ସୁନିତା ଲାକ୍ରାଙ୍କୁ ୨୦୧୭ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଥିଲା । ଏସିଆନ ଗେମ୍ରେ ଭଲ ପ୍ରଦର୍ଶିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଖେଳାଳୀଙ୍କୁ ଅଭନିନ୍ଦନ ଜଣାଇଥିଲେ । ଭବିଷ୍ୟତରେ ଯାହା ଆବଶ୍ୟକ ହେବ ତାହା ରାଜ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଖେଳାଳୀମାନଙ୍କ ମନୋବଳ ବଢାଇଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ କ୍ରୀଡା ମନ୍ତ୍ରୀ , କ୍ରୀଡା ସଚିବ , କ୍ରୀଡା ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।