(ରିପୋର୍ଟସ ଟୁଡ଼େ) ଫ୍ୟାସନ ଡ଼ିଜାଇନର ମାଲା ଲଖାନୀ (୫୩) ଏବଂ ତାଙ୍କ ଚାକର ବାହାଦୂରଙ୍କ ମୃତ ଦେହ ଦିଲ୍ଲୀର ବସନ୍ତ କୁଞ୍ଜ ଅଚଂଳରୁ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି । ହତ୍ୟା ଅଭିଯୋଗରେ ପୂଲିସ ରାହୂଲ ଅନୱର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ରାହୁଲ, ମାଲାଙ୍କ ପାଖରେ ଟେଲର କାମ କରୁଥିଲେ । ମାଲା, ରାହୁଲଙ୍କୁ ଦରମା ଦେଉନଥିଲେ । ଏହାକୁ ନେଇ ରାହୁଲ ବହୂତ ଚିନ୍ତିତ ଥିଲେ । ଏହି କାରଣରୁ ସେ ନିଜ ସହଯୋଗୀଙ୍କ ସହ ମିଶ ମାଲାଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥିଲେ ।
ଅଭିଯୁକ୍ତମାନେ ମାଲାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ । ସେମାନେ ନିଜ ଯୋଜନାରେ ସଫଳ ମଧ୍ୟ ହୋଇଥିଲେ ।ହେଲେ ହତ୍ୟା ସମୟରେ ମାଲାଙ୍କ ଚିତ୍କାର ଶୁଣି ବାହାଦୂର ସେଠାରେ ପହଞ୍ଚ ଯାଇଥିଲା ।
ସେ ମାଲାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ ।