ଚାରି ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ, ୨୪ କିଲୋଗ୍ରାମ ଗଞ୍ଜେଇ

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଏକ୍ସାଇଜ୍ ଇଣ୍ଟେଲିଜେନ୍ସ ଆଣ୍ଡ୍ ଏନଫୋର୍ସମେଣ୍ଟ୍ ବ୍ୟୁରୋ (E.I. & E.B.) ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ NDPS ଆଇନ ଅନୁଯାୟୀ ଚାରି ଜଣଙ୍କୁ ଗିରଫ କରିଛି। ଜବତ ଚୋରା ସାମଗ୍ରୀ ମଧ୍ୟରେ ପ୍ରାୟ ୮.୫ ଲକ୍ଷ ଟଙ୍କା ମୂଲ୍ୟର ୨୪ କିଲୋଗ୍ରାମ ଗଞ୍ଜେଇ ଏବଂ ଗୋଟିଏ ଚାରି ଚକିଆ ଯାନ ଅନ୍ତର୍ଭୁକ୍ତ।

ଗିରଫ ବ୍ୟକ୍ତିମାନେ ହେଲେ କନ୍ଧମାଳର ଫୁଲବାଣୀ ଟାଉନର ଗଣେଶ ବାରିକ (୨୭), କନ୍ଧମାଳର ବାଲିପଦରାର ମିଥୁନ୍ ଦିଗାଲ (୩୨), ପଶ୍ଚିମବଙ୍ଗର ମୁର୍ଶିଦାବାଦର ଅମନ ନଗରର ବଳରାମ ମଣ୍ଡଳ (୨୩) ଏବଂ ପଶ୍ଚିମବଙ୍ଗର ମୁର୍ଶିଦାବାଦର ଆମୋଇପଡ଼ାର ସାଧିନ୍ ମଣ୍ଡଳ (୩୮)। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । କଟକର NH 16 ରେ ତେଲେଙ୍ଗାପେଣ୍ଠ ଛକଠାରେ ଏହି ଜବତ କରାଯାଇଥିଲା।

ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଦଳ ଚଢାଉ କରିଥିଲା। ଏବଂ ଗଞ୍ଜେଇ ସମେତ ଏହି ଚାରି ଜଣଙ୍କୁ ଗିରଫ କରିଛି ।