( ରିପୋର୍ଟସଟୁଡେ): ଟେଲିଭିଜନ ଜଗତର ଲୋକପ୍ରିୟ ଶୋ ‘ ନାଗୀନ୍’ । ଏହି ଧାରାବାହିକରେ ପ୍ରଥମ ଓ ଦ୍ୱିତୀୟ ସିଜିନରେ ଲିଡ ଚରିତ୍ରରେ ଅଭିନୟ କରିଥିବା ସଫଳ ଅଭିନେତ୍ରୀ ମୌନୀ ରୟ । ଏବେ ସେ ଫିଲ୍ମରେ ଏଣ୍ଟ୍ରି କରି ସାରିଲେଣି। ତାଙ୍କ ଫିଲ୍ମ ‘ଗୋଲ୍ଡ୍’ କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିଲା। ସେଥିରେ ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନୟ କରିଥିଲେ।
‘ନାଗୀନ୍’ ସିଜିନ୍ ୧ ଓ୨ପରେ ଏବେ ଚାଲିଛି ନାଗିନ୍ର ତୃତୀୟ ସିଜିନ୍। ଏଥିରେ ସୁରଭୀ ଜ୍ୟୋତି ନାଗିନ୍ ଚରିତ୍ରରେ ଅଭିନୟ କରୁଚନ୍ତି। ଇଣ୍ଟ୍ରେଷ୍ଟିଂ କଥା ହେଉଛି ‘ନାଗୀନ୍- ୩’ ନ ସରୁଣୁ ‘ନାଗୀନ୍-୪’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏକଥା ଶୁଣିବା ପରେ ବୋଧହୁଏ ସମସ୍ତେ ଭାବୁଥିବେ କି ସୁରଭୀ ଏଥିରେ ଅଭିନୟ କରି ପାରନ୍ତି କିନ୍ତୁ ସେମତି ନୁହେଁ। ଏଥିରେ ସୁରଭୀ ନୁହେଁ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଶୁଣିବାକୁ ମିଳୁଛି।
ସେ ହେଉଛନ୍ତି ଇଶା ଚୋପ୍ରା। ସେ ଏକ୍ତା କପୁରଙ୍କ ଖୁବ୍ ପସନ୍ଦ। ଏକ୍ତା ଆଉ ଇଶା ଭଲ ବନ୍ଧୁ ମଧ୍ୟ। ସେ ପ୍ରଥମେ ‘ପିଓ ଡବ୍ଲ୍ୟୁ-ବନ୍ଦୀ ୟୁଦ୍ଧ୍’ରେ ନଜର ଆସିଥିଲେ।
ସୂଚନା ଅନୁସାରେ ଏକ୍ତା ଇଶାଙ୍କୁ ପଚାରିଛନ୍ତି ଯେ, ‘କ’ଣ ତୁମେ ନାଗୀନ୍ ୪ରେ ନାଗୀନ୍ ହେବାକୁ ଚାହୁଁଛ ? ’
ତେବେ ତାଙ୍କ ଉତ୍ତର କ’ଣ ଏ ପର୍ୟ୍ୟନ୍ତ କିଛି ଜଣା ପଡ଼ିନାହିଁ। ତେବେ ଏସବୁ ସିଜିନ୍ ଆରମ୍ଭ ହେଲେ ହିଁ ସ୍ପଷ୍ଟ ହେବ।