ଜାପାନରେ ଭୂମ୍ପକମ୍ପର ତୀବ୍ର ଝଟକା

(ରିପୋର୍ଟସଟୁଡେ): ଆଜି ଜାପାନର ହୋକାୟିଦୋ ଦ୍ୱୀପରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ମପାଯାଇଛି । ଜାପାନର ହୋକାୟିଦୋ ଦ୍ୱୀପରେ ଶୁକ୍ରବାର ଭୁକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ମପାଯାଇଛି । ଜାପାନର ପାଣିପାଗ ବିଭାର ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମିୟାଗୀ ପ୍ରାନ୍ତରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହା ରାତି ୩.୩୬ ମିନିଟ ସମୟରେ ହୋଇଥିଲା । ଭୂକମ୍ପର କେନ୍ଦ୍ର ପୂର୍ବରେ ୪୦ କି.ମିର ଗଭୀରରେ କୁହାଯାଉଛି । ଏଥିରେ କୌଣସି କ୍ଷୟକ୍ଷତି ଘଟିନାହିଁ ।