ଆପଣ ଆଉ ଡିପ୍ରେସନ ରହୁନାହାନ୍ତି ତ.. ?

(ସୌମ୍ୟ ରଜଂନ ସେଠୀ) :ଆଜି କାଲି ଦୁନିଆରେ ଡିପ୍ରେସନର ରୋଗ ସବୁଠାରୁ ବଡ ସମସ୍ୟା ଭାବରେ ସାମନାକୁ ଆସିଛି। ଡିପ୍ରେସନରେ ମଣିଷ ଅସ୍ତବ୍ୟସ୍ତ ହୋଇପଡିଥାଏ। ମଣିଷ ଭିତରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏହି ସମସ୍ୟା ଆହୁରି ମଧ୍ୟ ବଢ଼ିଯାଇଥାଏ ଯେତେବେଳେ ମଣିଷ ଏକୁଟିଆ ରହିଥାଏ। ଯଦି ଆପଣ ମଧ୍ୟ ଏକୁଟିଆ ଅଛନ୍ତି ଏବଂ ଆପଣଙ୍କ ଭିତରେ ମଧ୍ୟ ଡିପ୍ରେସନ ବା ଷ୍ଟ୍ରେସର ଲକ୍ଷଣ ନଜର ଆସୁଛି ତେବେ ସତର୍କ ହୋଇଯାନ୍ତୁ। ଏଥିରୁ ନିବ୍ରୁତ୍ତ ରହିବା ପାଇଁ ଆପଣ ନିଜେ ପ୍ରୟାସ କରିବା ଉଚିତ।

ଆପଣ ଡିପ୍ରେସନର ଶୀକାର ହେଇଛନ୍ତି କି ନାହିଁ କିପରି ଜାଣିବେ
 ଏମିତି ସମୟ ଆସେ ବେଳେ ବେଳେ ସବୁକିଛି ହରେଇ ଦେଲା ଭଳି ଲାଗେ, ସେଇ ସମୟରେ ମନରେ ବିରକ୍ତ ଭାବ ସୃଷ୍ଟି ହୋଇଥାଏ । ବିନା କାରଣ ରେ ସମସ୍ତଙ୍କ ଉପରେ ରାଗିବା ବା ଚିଡିଚିଡି ହେବା ଡିପ୍ରସନର ଏକ ମୂଖ୍ୟ କାରଣ ।
 ବେଳେ ବେଳେ କାହାର କୌଣସି କଥା ମନକୁ ଆଘାତ ଦେଇଥାଏ, ସେଇକଥାକୁ ନେଇ ବାରମ୍ବାର ଭାବିବା ଆଉ ଭାଙ୍ଗିପଡି ଲୁଚି ଲୁଚି କାନ୍ଦିବା ବି ଏକ ପ୍ରକାର ଡିପ୍ରେସନ ।
 ପାଖରେ ସମସ୍ତେ ଥାଇ ମଧ୍ୟ ନିଜକୁ ଏକା ଅନୁଭବ କରିବା , କାହା ସହ କଥା ନହେବା । ନିଜେ ନିଜ ସହ କଥା ହେବା ବି ଏକ ପ୍ରକାର ଡିପ୍ରେସନର କାରଣ ।
 ପ୍ରାୟତଃ ବେଳେ ବେଳେ ନିଜ କଥା ଠିକ୍ ଲାଗିଥାଏ ଓ ଅନ୍ୟ ସମସ୍ତଙ୍କ କଥା ଭୁଲ୍ ବୋଲି ଭାବି ସେମାନଙ୍କ ଠାରୁ ଦୁରେଇ ଯିବା ଏକ ପ୍ରକାର ଡିପ୍ରେସନ ।
 ମନରେ ଏତେ ମାତ୍ରାରେ ବିଭିନ୍ନ ଘଟଣା ଛାପ ହୋଇ ରହିଯାଏ ଯେ ରାତିରେ ଭଲରେ ନିଦ ହୁଏ ନାହିଁ, ରାତିରେ ନିଦ ନ ହେବା ଡିପ୍ରେସନର ଏକ ମୂଖ୍ୟ କାରଣ ।

ସବୁଦିନ ସକାଳୁ ବାୟ୍ୟମ ବା ପ୍ରାପ୍ତ ଭ୍ରମଣ କରିବା ଦ୍ୱାରା ମନରେ ଶାନ୍ତି ଆସିଥାଏ । ବାୟ୍ୟାମ ଦ୍ୱାରା ଶରୀରରେ କ୍ଲାନ୍ତ ଅନୁଭବ ହୋଇଥାଏ ଯାହା ଦ୍ୱାରା ଖୁବ ଜଲିଦ ନିଦ ଆସେ । ମନ ପସନ୍ଦର ଜାଗାକୁ ବୁଲିବାକୁ ଯାଆନ୍ତୁ । ହଁ ଆମେ କହି ରଖୁଛୁ କି ଏଇଟା ଏମିତି ଏକ ବଡ ରୋଗ ନୁହେଁ ଯୋଉଟାକୁ ଆମେ ଲୁଚେଇ ରଖିବା କି ଲଜ୍ଜ୍ୟା ଅନୁଭବ କଲା ଭଳି ରୋଗ ବି ନୁହେଁ, ତେଣୁ ଆପଣ ନିଜର ଘନିଷ୍ଠ ବନ୍ଧୁ କୁ ଏ ବିଷୟରେ ଜଣେଇଲେ ବହୁ ସଫଳ ମିଳେ, ଯିଏକି ଆପଣକୁ ସାହାସ ଦେବା, ଭାଙ୍ଗି ନ ଯିବା ପାଇଁ ପରାମର୍ଶ ଦେଇପାରିବ ।