(ଦିଲ୍ଲୀପ କୁମାର ସାହୁ): ଦାମ ଓ ମୁଦୁଲି ମୁହାଁମୁହିଁ । ଗତକାଲି ଜଗତସିଂହପୁର ଜିଲ୍ଲାର ଏରସମାର ରାବଣପୋଡି ଉତ୍ସବରେ ପୂର୍ବତନ ମନ୍ତ୍ରୀ ଡଃ ଦମୋଦର ରାଉତ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଆଜି ଏରସମାର ଆଠପଡାର ଶହେଘରିଆ କମିଟି ପକ୍ଷରୁ ଏରସମା ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ଏରସମାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଶତାଧିକ ଲୋକ ଏରସମା ମୁଖ୍ୟ ବଜାରରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦିର୍ଘ୨୫ବର୍ଷ ଧରି ଏରସମାରେ ରାବଣପୋଡି ଉତ୍ସବ ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ଶାସକ ବିଜେଡି ଦଳ ଚାପରେ ପ୍ରଶାସନ ଦାମଙ୍କୁ ରାବଣପୋଡି ଉତ୍ସବ ପାଳନ କରାଇନଦେବା ଘଟଣାକୁ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଇଛି । ଅନ୍ୟ ପକ୍ଷରେ ଏରସମା ଆଠପଡାର ଶହେଘରିଆ କମିଟି ମହାଦେବଙ୍କ ମନ୍ଦୀରରେ ବୈଠକ କରି ଏହି ଘଟଣାକୁ ନିନ୍ଦା କରିଛି।ପୋଲିସ ପ୍ରଶାସନକୁ ରାବଣପୋଡି ବନ୍ଦ କରିବାକୁ ଦାବି କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ରାସ୍ତା ଅବରୋଧ ସ୍ଥଳରୁ ଘଉଡାଇ ପାଞପ୍ଲାଟୁନ ପୋଲିସ ଫୋର୍ସ ଏରସମାରେ ମୃତୟନ କରାଯାଇଛି।ଏରସମା ଶହେଘରିଆ କମିଟି ନିଷ୍ପତ୍ତୀ ଅନୁଯାୟୀ ଘଟଣା ଆଞ୍ଚଳିକ ସ୍ୱାଭିମାନ ପ୍ରତି ଆଞ ଆଣିଥିବାରୁ ଏରସମାବାସୀ ବନ୍ଦ ପାଳନକରି ଛନ୍ତି।ଦରକାର ପଡିଲେ ଏରସମାବାସୀ ଆଉ ଏକ ରାବଣପୋଡି ଉତ୍ସବ ଆୟୋଜନ କରିପାରିବେ ବୋଲି କହିଛନ୍ତି।
ସେପଟେ ତିର୍ତ୍ତିଲ ଏସଡିପିଓ ଶିବ ଚରଣ ମଲ୍ଲିକ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଏରସମା ପରସ୍ଥିତି ସମ୍ପର୍ଣ୍ଣ ଶାନ୍ତ ରହିଛି ଏବଂ କିଛି ଲୋକେ ଦୋକାନବଜାର ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି । ଏବେ ପରିସ୍ଥିତି ନିୟନ୍ତ୍ରଧୀନ ଅଛି ବୋଲି କହିଛନ୍ତି ଶ୍ରୀ ମଲ୍ଲିକ ।