( ମନୋଜ କୁମାର ସାହୁ) :ଗତକାଲି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ ନିକଟରେ ଥିବା ନିୟମଗିରି ପାହାଡର ପାଦ ଦେଶରେ ବ୍ରଜପାତ ହୋଇ ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ହୋଇଛି । ଡାକୁଲୁଗୁଡା , ଝିଗିଡୀ , ଶିରିପୁର ଆଦି ଗ୍ରାମର ପ୍ରାୟ ୪୦୦ ଗାଈଗୋରୁ ଉକ୍ତ ପାହାଡ ନିକଟରେ ଚରୁଥିଲେ । ହଠାତ୍ ବ୍ରଜପାତ ହେବାରୁ ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ହୋଇଥିଲା । ଏପରିକି ୫୦ ରୁ ଉଦ୍ଧ୍ୱର୍ ଗାଈଗୋରୁ ନିଖୋଜ ଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି କ୍ଷତିପୂରଣ ଦେବା ପାଇଁ ଉକ୍ତ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ।