୨୦୧୮ କାଇମେରା କାଯ୍ୟକ୍ରମ

(ରିପୋର୍ଟସ ଟୁଡ଼େ) କାଇମେରା ୨୦୧୮ କାର୍ଯ୍ୟକ୍ରମ କିଟ କ୍ୟାମ୍ପସରେ ଅନୁଷ୍ଠିତ ହେଉଛି । ଉଦଘାଟନୀ ସଂନ୍ଧ୍ୟାରେ ଅତିଥି ଭାବେ ଆରଏମ୍ଆରସି ଡ଼ାଇରେକ୍ଟର ଡ଼କ୍ଟର ସଂଘମିତ୍ରା ପତି ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଭୂମିକା,ନିହାରିକା,ବହୁ ଅଭିନେତା ଓ ଗାୟକ ଗାୟିକା ଉପସ୍ଥିତ ଥିଲେ ।
ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍ମୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ରଥମେ ଗଣେଶ ବନ୍ଦନାରୁ ସାଂସ୍କୃତିକ କାଯ୍ୟର୍କ୍ରମ ଆରମ୍ଭ ହୋଇଥିଲା ପରେ ପରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ଛାତ୍ରଛାତ୍ରୀମାନେ । ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ କୁ ଦେଖିଥିଲେ । ୨୦୧୮ କାଇମେରା ଆଜି ସଂନ୍ଧ୍ୟାରେ ଉଦଯାପିତ ହେବ ।