ପରୀକ୍ଷାରେ ଧରାପଡ଼ିଲେ: ହଷ୍ଟେଲରୁ ମିଳିଲା ଛାତଙ୍କ ମୃତଦେହ

ପରୀକ୍ଷାରେ ମୋବାଇଲ୍ ଫୋନରେ ଚାଟଜିପିଟିର ସାହାଯ୍ୟ ନେଇ ଉତ୍ତର ଲେଖୁଥିଲେ ଉତ୍ତର   । ହଠାତ୍ ଧରା ପଡ଼ିଗଲେ ଛାତ୍ର । ପରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣଙ୍କ ବମ୍ବେ ଆଇଆଇଟିର ଜଣେ ଦ୍ବିତୀୟ ବର୍ଷର ଛାତ୍ର । ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।ମୃତ ଛାତ୍ରଙ୍କ ନାଁ ସାହିଲ ୱ।କୋଡେ। ସେ ଏନର୍ଜୀ ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ଛାତ୍ର ଥିଲେ। ବମ୍ବେ ଆଇଆଇଟି ପକ୍ଷରୁ କୁହାଯାଇଛି ଯେ ସାହିଲ ପ୍ରଶ୍ନ ପତ୍ରକୁ ଚାଟଜିପିଟିରେ ଅପଲୋଡ଼ କରି ଉତ୍ତର ଲେଖିବା ସମୟରେ ଧରାପଡ଼ିଥିଲେ। ତାଙ୍କ ବିରୋଧରେ କୈ।ଣସି ପ୍ରକାର ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

ଏହି ଘଟଣା ପରେ ତାଙ୍କ ସହିତ ଆଲୋଚନା କରାଯାଇଥିଲା।ଏହା ପରେ  ଛାତ୍ର ଜଣଙ୍କ  ହଷ୍ଟେଲ ଫେରି ଯାଇଥିଲେ। ସନ୍ଧ୍ୟାରେ ହଷ୍ଟେଲ ରୁମରୁ ତାଙ୍କ ମୃତଦେହ ମିଳିଥିଲା। ଅନ୍ୟପକ୍ଷରେ ଏହି ଘଟଣା ପରେ ଅଶାନ୍ତ ହୋଇପଡ଼ିଥିଲା ବମ୍ବେ ଆଇଆଇଟି ପରିସର। ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ରାତିସାରା ଛାତ୍ରମାନେ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି ।ପୁଲିସ ଘଟଣାର ତଦନ୍ତ କରୁଛି।ଏହାକୁ ମିଶାଇ ଗତ ସାତ ମାସର ଆଇଆଇଟି ବମ୍ବେ ପରିସରରେ ୩ଟି ଆତ୍ମହତ୍ୟା ଘଟଣା ଘଟିଛି। ଗତ ଫେବ୍ରୁଆରୀ   ମାସରେ ଜଣେ ଦ୍ବିତୀୟ ବର୍ଷର ଛାତ୍ର ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ। ସେହିପରି ଜୁଲାଇ ମାସରେ ଆଉ ଜଣେ ଦ୍ବିତୀୟ ବର୍ଷ ବିଟେକ୍ ଛାତ୍ର ଆତ୍ମହତ୍ୟା କରିଥିଲେ।