ପ୍ରେମିକ ପାଇଁ ସ୍ୱାମୀଙ୍କୁ ଛାଡି ପଳାଇଲେ ମହିଳା…

ହାତରୁ ଛାଡ଼ିନି ମେହେନ୍ଦି, ପାଦରୁଲିଭିନି, ବିବାହକୁ ମାତ୍ର ୧୪ ଦିନ।  ପ୍ରେମିକ ପାଇଁ ସ୍ୱାମୀଙ୍କୁ ଛାଡି ପଳାଇଲେ ମହିଳା। ଉତ୍ତରପ୍ରଦେଶ ଗାଜିଆବାଦର କୌଶାମ୍ବୀ ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଉଭୟ ପରିବାରର ସମ୍ମତିରେ ଅଭିନବଙ୍କ ବିବାହ ରାନୀଙ୍କ ସହ ହୋଇଥିଲା। ବିବାହର ପ୍ରାୟ ସାତ ଦିନ ପରେ ଅଭିନବ ନିଜ ପତ୍ନୀଙ୍କୁ ଜଣେ ଯୁବକଙ୍କ ସହ ମୋବାଇଲରେ କଥା ହେଉଥିବା ଦେଖିଥିଲେ।  କାହା ସହ କଥା ହେଉଛ ବୋଲି  ଅଭିନବ ପଚାରିଥିଲେ।

ରାନୀ ତାଙ୍କ ପ୍ରେମିକ ସହ କଥା ହେଉଛନ୍ତି ବୋଲି କହିଥିଲେ। ପ୍ରେମିକଙ୍କ ସହ ସବୁ ସମ୍ପର୍କ ତୁଟାଇବାକୁ ପତ୍ନୀଙ୍କୁ ବୁଝାଇଥିଲେ। ଏଥିରେ ରାନି  ରାଜି ହୋଇନଥିବା ଅଭିଯୋଗ ହୋଇଛି। ତାପରେ ଦୁହେଁଙ୍କ ମଧ୍ୟରେ ବିବାଦ  ସୃଷ୍ଟି ହୋଇଥିଲା। ।ପରିବାରରେ ଏହାକୁ ନେଇ ବିବାଦ ହେବା ପରେ ରାନୀ ବାପା ଘର ଚାଲିଯାଇଥିବା ଅଭିନବ କହିଛନ୍ତି। ଏହାସହ ରାନି ଅଭିନବଙ୍କ ପରିବାର ଲୋକଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିନବ ଏନେଇ ଥାନାରେ  ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ସ୍ୱାମୀ-ସ୍ତ୍ରୀଙ୍କୁ ମଧ୍ୟସ୍ଥତା ପାଇଁ ଡକାଯାଇଥିବା ଜଣାପଡ଼ିଛି।