କୁଣ୍ଡଳାରେ ବିଜେଡି ଜନସମ୍ପର୍କ ପଦଯାତ୍ରା

(ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ସାହାରପଡାବ୍ଲକ ଅନ୍ତର୍ଗତ କୁଣ୍ଡଳାରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା କୁଣ୍ଡଳା ଗ୍ରାମ ଠାରୁ ବାହାରି ଗେରାସ ଗ୍ରାମରେ ଶେଷ ହୋଇଛି। ଏହି ପଦଯାତ୍ରାରେ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ହୃଷିକେଶ ନାଏକ, ପାଟଣାବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ,୨୯ନଂ ଜୋନ ଜିଲ୍ଲାପରିଷଦ କୌଶଲ୍ୟା ନାଏକ, ବିଜେଡି ଯୁବନେତା ବିନୋଦ ନାଏକ, ପଞ୍ଚାୟତ ଯୁବ ନେତା କାଳିଚରଣ ମହାନ୍ତ ଯୋଗ ଦେଇ କୁଣ୍ଡଳା ଠାରୁ ଗେରାସ ଦୁଇଟି ପଞ୍ଚାୟତର ଲୋକ ମାନଙ୍କୁ ଜନସମ୍ପର୍କ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଭିମୁଖୀ ସମ୍ପର୍କରେ ବାତର୍ତ୍ତା ଦେଇଥିଲେ। ଏହି ପଦଯାତ୍ରାରେ ବିଜେଡିର ହଜାର ହଜାର କର୍ମୀ ଯୋଗ ଦେଇଥିଲେ।