(ଦିଲ୍ଲୀପ କୁମାର ସାହୁ): ଶାସକ ବିଜେଡି ଦଳ ପକ୍ଷରୁ ରାଜ୍ୟବ୍ୟାପୀ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ମହିଳା ଜନତାଦଳ ବ୍ୟାନରରେ ମହିଳା ସମାବେଶ କରାଯାଉଛି । ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏରସମା ବ୍ଲକ ଗଡହରିଶପୁର ପଞ୍ଚାୟତ ଗଡହରିଶପୁର ମନସାଦେବୀ ଯାତ୍ରା ପଡିଆଠାରେ ବିଜୁ ମହିଳା ଜନତାଦଳ ପକ୍ଷରୁ ଏକ ବିରାଟ ମହିଳା ସମାବେଶର ଆୟୋଜନ କରାଯାଇଥିଲା। ସ୍ଥାନୀୟ ମହିଳା ମଦକୁ ବିରୋଧ କରୁଥିବା ବେଳେ ପୋଲିସ ସେଥିରେ ସହଯୋଗ ନ କରିବା ନେଇଁ କ୍ଷୋଭ ପ୍ରକାଶ କରିଥିଲେ । ମହିଳାଙ୍କ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରାଯାଇଥିଲେ ମଧ୍ୟ ମହିଳାଙ୍କୁ ସେ ଯୋଜନ ସମ୍ପର୍କରେ ସଚେତନତା କରାଇବାର ଆବଶ୍ୟକତା ଅଛି ବୋଲି ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରକାଶ କରିଥିଲେ। ଏଥିରେ ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ, ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ବାଲିକୁଦା ବ୍ଲକ ଅଧ୍ୟକ୍ଷା ଓ ସାଂସଦ ପ୍ରତିନିଧି ତଥା ବିଜେଡି ନେତା ପିତବାସ ଗୋଛାୟତଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେଇ ବିଜେଡି ସରକାର ମହିଳାମାନଙ୍କୁ ବିଶେଷ ଗୁରୁତ୍ୱ ପ୍ରଦାନ କରି ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ।ଏହି ମହିଳା ସମାବେଶରେ ପାଖାପାଖି ପାଞହଜାରରୁ ଅଧିକ ମହିଳା ଯୋଗଦେଇଥିଲେ। ଏହି ମହିଳା ସମାବେଶରେ ବାଲିକୁଦା ଓ ଏରସମାର ଜନପ୍ରତିନିଧି ମାନେ ଯୋଗଦେଇଥିଲେ।
.