(ପ୍ରଶାନ୍ତ ସ୍ୱାଇଁ): ପାରାଦୀପ ତୈଳ ବିଶୋଧନାଗାର ଫାଟକ ନିକଟରେ ପାରାଦୀପ ବିଜୁ ଜନତାଦଳ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନ । ରାଜ୍ୟର ଖଣିଜ ସମ୍ପଦ, ଜଳ, ବିଦ୍ୟୁତ ସହିତ ସ୍ଥାନୀୟ ଅଚଂଳର ଲୋକମାନଙ୍କ ଜମି ଓ ଭକ୍ଟଚ୍ଛକ୍ଟ ଭୁମି ଉପରେ ପ୍ରକଳ୍ପ ଗଢି ଉଠିଥିବାବେଳେ ଏଠାରେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅବେହେଳା ପ୍ରଦର୍ଶନ କରାଯାଇଛି । ଏହି ପ୍ରକଳ୍ପ ବାର୍ଷିକ ହଜାର କୋଟିରୁ ଉର୍ଦ୍ଧ ଲାଭ କରୁଥିବାବେଳେ କେନ୍ଦ୍ର ସରକାର ଏହି ଟଙ୍କାରେ ବିଭିନ୍ନ କାର୍ଯ୍ୟକ୍ରମ କରି ପ୍ରଚାର କରିଚାଲିଛନ୍ତି । ଯାହା ଫଳରେ କେନ୍ଦ୍ର ର ଅବେହେଳା ଯୋଗୁ ଓଡିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରୁନାହିଁ । ଦିର୍ଘ ୧୮ ବର୍ଷତଳେ ୧୭୫୨ ପରିବାର ଜମି ହରାଇଥବାବେଳେ ସେମାନେ ବାରମ୍ବାର ଆନ୍ଦୋଳନ କରିବା ସତ୍ୱେ ନିଯୁକ୍ତି ମିଳିପାରିନାହିଁ । ତା ସହିତ ପାରପାର୍ଶିକ ଉନ୍ନତି ମଧ୍ୟ ହୋଇପାରିନାହଁ ତେବେ ଆଜିର ଏହି ବିକ୍ଷୋପ ଆୟୋସିଏଲ କର୍ତୁପକ୍ଷଙ୍କୁ ଏକ ଚେତାବନୀ ବୋଲି ଦଳ ପକ୍ଷରୁ ଆୟୋଜିତ ବିକ୍ଷୋପରେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ନିଯୁକ୍ତିକୁ ନେଇ ହୋଇଥିବା ଅବେହେଳା ତଥା ଦଳରୁ ବହିସ୍କାର ହୋଇଥିବା ବିଧାୟକଙ୍କୁ ସିଧାସଳଖ ଦୋଷ ଦେଇଥିବା କହିଛନ୍ତି ।