ରିଲିଜ ହେଲା ‘ଭୈୟାଜୀ ସୁପରହିଟ’ ଟ୍ରେଲର, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ

(ରିପୋର୍ଟସଟୁଡେ): ରିଲିଜ ହୋଇଛି ସନ୍ନି ଦେଓଲଙ୍କ ଫିଲ୍ମ ‘ଭୈୟାଜୀ ସୁପରହିଟ’ର ଟ୍ରେଲର । ଏଥିରେ ସନ୍ନି ଦେଓଲଙ୍କ କମେଡି ସହ ଆକ୍ସନର ତଡକା ଦେଖିବାକୁ ମିଳିବ । ଫିଲ୍ମରେ ସନ୍ନିଙ୍କ ବିପକ୍ଷରେ ରହିଛନ୍ତି ଦୁଇ ହିରୋଇନ, ପ୍ରୀତି ଜିଣ୍ଟା ଏବଂ ଅମିଷା ପଟେଲ । ଦୀର୍ଘଦିନ ପରେ ଦୁହେଁ ଅଭିନେତ୍ରୀ ବଡ ପରଦାରେ ନଜର ଆସିବେ । ଦୀର୍ଘ ୧୭ ବର୍ଷ ପରେ ସନ୍ନି ଅମିଷାଙ୍କ ସହ ରୋମାନ୍ସ କରିବେ ।

ଫିଲ୍ମରେ କମେଡିର ଡବଲ୍‌ ଡୋଜ୍‌ ଦେବା ପାଇଁ ଅରସଦ୍‌ ୱରସୀ ଓ ଶ୍ରେୟସ୍‌ ତଲପଡେ ବି ନଜର ଆସିବେ। ଫିଲ୍ମରେ ସନ୍ନି ଦେଓଲ୍‌ ହେଉଛନ୍ତି ୟୁପିର ଜଣେ ଡନ୍‌। ତାଙ୍କ ନାଁ ଭୈୟାଜୀ। ତାଙ୍କ ପତ୍ନୀ ହେଉଛନ୍ତି ପ୍ରୀତି ଜିଣ୍ଟା। ଫିଲ୍ମରେ ସନ୍ନିଙ୍କୁ ଗୋଟିଏ ଫିଲ୍ମ ପାଇଁ କାଷ୍ଟ୍‌ କରାଯାଉଛି ଯେଉଁଟି ସେ ଅଭିନେତ୍ରୀ ଅମିଷା ପଟେଲ୍‌ଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ସେଥିପାଇଁ ସନ୍ନି ଓ ପ୍ରୀତିଙ୍କ ମଧ୍ୟରେ ଦୂରତା ଆସିଯାଉଛି। ଆଉ ତା’ପରେ ଏଣ୍ଟ୍ରି ହୁଏ ଭିଲିଆନ୍‌ର। ଯାହାର ନାଁ ହେଲିକ୍ୟାପ୍ଟର ଭୟା। କାହାଣୀରେ ଏକ ବଡ଼ ଟ୍ୱିଷ୍ଟ୍‌ ବି ଅଛି। ସନ୍ନି ଫିଲ୍ମରେ ଡବଲ ରୋଲ୍‌ରେ ନଜର ଆସିବେ।

ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନୀରଜ ପାଠକ। ଫିଲ୍ମଟି ନଭେମ୍ବର ୨୩ ତାରିଖରେ ରିଲିଜ୍‌ ହେବ।