ଯୋଗ କରି ଝାଉଁଳି ପଡ଼ିଯାଇଥିବା ତ୍ୱଚାରେ ଆଣନ୍ତୁ ଚମକ

(ରିପୋର୍ଟସ ଟୁଡ଼େ): ଯୋଗ କରିବା ଦ୍ୱାରା ଖାଲି ଶରୀର ସୁସ୍ଥ ଓ ସୁନ୍ଦର ହୋଇଥାଏ ତାହା ନୁହେଁ । ଯୋଗ କରିବା ଦ୍ୱାରା ଆମକୁ ମିଳିଥାଏ ଚମକଦାର ତ୍ୱଚ୍ଚା । ତ୍ୱଚାରେ ଚମକ ଆଣିବା ପାଇଁ ମୂଲ୍ୟବାନ ପ୍ରସାଧାନ ସାମଗ୍ରୀର ବ୍ୟବହାର ବଦଳରେ ବ୍ୟସ୍ତ ଜୀବାନରେ ଟିକେ ସମୟ ବାହର କରି ଯୋଗ କରି ପାଇପାରିବେ ଉଜ୍ୱଳ ତ୍ୱଚା ।
ଯୋଗ ଆରମ୍ଭ ପଦ୍ମାସନରୁ କରାଯାଏ। ତେବେ ଏହି ଆସନରେ ବସିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ଦୃଢ଼ ହୁଏ। ସୁସ୍ଥ ଓ ଚିନ୍ତାମୁକ୍ତ ମସ୍ତିଷ୍କ ପାଇଁ ଅନେକ ଏହି ଆସନରେ ବସି ଦୀର୍ଘ ସମୟ ମେଡିଟେସନ ମଧ୍ୟ କରିଥାନ୍ତି। କେବଳ ଏତିକି ନୁହେଁ, ପଦ୍ମାସନରେ ବସିଲେ ଝାଉଁଳି ପଡ଼ିଥିବା ତ୍ୱଚାରେ ମଧ୍ୟ ଚମକ ଫେରି ଆସେ ।
ଆସନରେ ଗୋଡ଼ ଲମ୍ବାଇ ବସନ୍ତୁ। ବାମ ପାଖ ଗୋଡ଼କୁ ଡାହାଣ ଜଘଂ ଉପରେ ଏବଂ ଡାହାଣ ଗୋଡ଼କୁ ବାମ ପାଖ ଜଙ୍ଘ ଉପରେ ରଖି ଦୁଇ ହାତକୁ ଚିନ୍‌ ମୁଦ୍ରାରେ ଜଘଂ ଉପରେ ରଖି ଆଖି ବନ୍ଦ କରି ୧୦ ରୁ ୧୫ ମିନିଟ୍ କିମ୍ବା ଏହା ଠାରୁ ଅଧିକ ସମୟ ବସି ରୁହନ୍ତୁ। ପ୍ରତିଦିନ ଏହି ଆସନରେ ଅଧଘଣ୍ଟା ପର୍ୟ୍ୟମନ୍ତ ବସି ରୁହନ୍ତୁ। ଏହି ସମୟରେ ସାଧାରଣ ଶ୍ୱାସକ୍ରିୟା କରିପାରିବେ।
ଏହି ଆସନ ପେଟର ମେଦ କମ୍‌ କରିବା ସହ ତ୍ୱଚାରେ ମଧ୍ୟ ଚମକ ଆଣେ। ଏହି ଆସନରେ କିଛି ସମୟରହିବା ଦ୍ୱାରା ମୁହଁକୁ ସହଜରେ ରକ୍ତ ସଞ୍ଚାଳନ ହୋଇ ମୁହଁରେ ଚମକ ଆସେ।
କିପରି କରିବେ
ପ୍ରଥମେ ଭୂମିରେ ଦୁଇ ପାଦକୁ ପରସ୍ପର ଯୋଡ଼ି ସିଧା ଛିଡ଼ା ହୋଇ ରୁହନ୍ତୁ। ପରେ ଦୁଇ ହାତକୁ ଏକା ସହ ମୁଣ୍ଡ ଉପରକୁ ଉଠାଇ ଧୀରେ ଧୀରେ ଆଗକୁ ଝୁକନ୍ତୁ। ଏପରି ଝୁକିବେ ଯେପରି ମୁହଁ ଆଣ୍ଠୁକୁ ଛୁଇଁବ। ଏହା କରିବା ସମୟରେ ଆଖି ବନ୍ଦ ରଖିବେ ଓ ଦୁଇ ହାତର ପାପୁଲି ଭୂଇଁକୁ ଛୁଇଁ ରଖିବେ। ଏହିପରି ଭାବେ ଏକ ରୁ ଦୁଇ ମିନିଟ୍‌ ରହି ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।