ସାଂସଦଙ୍କ ଦରମା ବୃଦ୍ଧିକୁ ପ୍ରଶ୍ନ କରିବାରୁ ଅଡୁଆରେ ଏବେ ବିଜେପି ଏମପି ବରୁଣ ଗାନ୍ଧି। ସାଂସଦଙ୍କ ଦରମା ବୃଦ୍ଧି ଅନାବଶ୍ୟକ ବୋଲି ବାରମ୍ବାର କହୁଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ହେଲେ ସାଂସଦଙ୍କ ଦରମା ବୃଦ୍ଧିକୁ ପ୍ରଶ୍ନ ନକରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ(PMO)ରୁ ଚାପ ପଡୁଛି ବୋଲି ସୁଲତାନପୁର ସାଂସଦ ବରୁଣ ଗାନ୍ଧି କହିଛନ୍ତି। “ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କ ଦରମା କଠିନ ପରିଶ୍ରମ ଏବଂ ସ୍ୱଚ୍ଛତା ପାଇଁ ବୃଦ୍ଧି ପାଉଛି। କିନ୍ତୁ ସାଂସଦମାନେ ଗୃହରେ କେବଳ ହାତ ଉଠାଇ ଗତ ୧୦ବର୍ଷ ମଧ୍ୟରେ ୭ଥର ନିଜର ଦରମା ବଢ଼ାଇ ଦେଇଛନ୍ତି। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷରୁ ସାଂସଦଙ୍କ ଦରମା ୨ଗୁଣା ହୋଇଛି। ୨୦୧୮ ମାର୍ଚ୍ଚ ପର୍ୟ୍ୟନ୍ତ ସାଂସଦଙ୍କୁ ମିଳୁଥିବା ମୂଳ ଦରମା ୫୦ହଜାରରୁ ୧ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିପରି ସଂସଦୀୟ କ୍ଷେତ୍ର ଲାଗି ମିଳୁଥିବା ମାସିକିଆ ଭତ୍ତାକୁ ୪୫ହଜାରରୁ ୭୦ହଜାର କରାଯାଇଛି। ଆଉ ନିଜ ଅଫିସ ଚଳାଇବା ଲାଗି ସାଂସଦଙ୍କ ମାସକିଆ ଭତ୍ତା ୪୫ହଜାର ପରିବର୍ତ୍ତେ ୬୦ହଜାର ହୋଇଛି। ଏହାବଦ ଦିଲ୍ଲୀରେ ଘର, ବର୍ଷକୁ ୩୪ଥର ମାଗଣାରେ ବିମାନ ଯାତ୍ରା ଏବଂ ରେଳଯାତ୍ରା ସମ୍ପୂର୍ଣ୍ଣ ମାଗଣା। ସେହିପରି ସଂସଦ ଚାଲୁଥିବା ବେଳେ ଜଣେ ସାଂସଦଙ୍କୁ ଦୈନିକ ୨ହଜାର ଟଙ୍କାର ଭତ୍ତା ମଧ୍ୟ ମିଳିଥାଏ।
ଅପରପକ୍ଷରେ ନିଜ ସମ୍ପତ୍ତିର ବିବରଣୀ ଦେଉନାହାଁନ୍ତି ସାଂସଦଗଣ ” ବୋଲି ବରୁଣ ଗାନ୍ଧି କହିଛନ୍ତି ।“ବାରମ୍ବାର ଏହି ପ୍ରସଙ୍ଗ ଉଠାଇବାରୁ ଚଗଙରୁ ଫୋନରେ ଡକରା ଆସି ମୋତେ ପ୍ରଶ୍ନ କରାଯାଉଛି। କାହିଁକି ସମସ୍ୟା ବଢ଼ାଉଛ” ବୋଲି ୟୁପିର ବିଭାନୀର ଏକ ମହିଳା କଲେଜ କାର୍ୟ୍ୟକ୍ରମରେ ଯୋଗ ଦେଇ ସାଂସଦ ବରୁଣ ଗାନ୍ଧି କହିଛନ୍ତି।ବରୁଣଙ୍କ ଅଭିଯୋଗ, ସାଂସଦଙ୍କ ଦରମାରେ ଯେତିକି ଖର୍ଚ୍ଚ ହେଉଛି, ଦେଶର ଶିକ୍ଷା ବ୍ୟବସ୍ଥା ଲାଗି ସେତିକି ଖର୍ଚ୍ଚ ହେଉନାହିଁ। ବର୍ଷକୁ ବଜେଟରେ ଶିକ୍ଷା ପାଇଁ ୩ଲକ୍ଷ କୋଟି ଆବଣ୍ଟିତ ହେଉଥିଲେ ମଧ୍ୟ ସେଥିରୁ ୮୯% ଅର୍ଥ କେବଳ ଗୃହ ନିର୍ମାଣରେ ଖର୍ଚ୍ଚ ହେଉଛି । ସେପେଟେ ସ୍କୁଲ ପରିସରରେ ବିଭିନ୍ନ ଧର୍ମୀୟ ଓ ରାଜନୈତିକ ସଭା ଅନୁଷ୍ଠିତ ହେଉଛି। ଏହାକୁ କିପରି ଆମେ ଶିକ୍ଷାର ସୁଧାର ବୋଲି କହିପାରିବା ବୋଲି ବରୁଣ କହିଛନ୍ତି।