ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ ଲାଗି ରହିଛି । ବ୍ୟଙ୍କ କର୍ମଚାରୀ ଧର୍ମଘଟରେ ବସିଛନ୍ତି । ଘରୋଇ ଏବଂ ସରକାରୀ ବ୍ୟାଙ୍କ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏଥିରେ ଏସବିଆଇ, ପିଏନ୍ବି, ଏବଂ ୟୁନିଅନ୍ ବ୍ୟାଙ୍କ ସମେତ ଦେଶର ସରକାରୀ ଏବଂ କିଛି ଘରୋଇ ବ୍ୟାୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସଙ୍କ ବନ୍ଦ ରହିଛି। ବ୍ୟଙ୍କର ଶିଷ୍ଟମ ଗୋଟେ ପ୍ରକାର ଠପ ହୋଇ ପଡିଛି । ଲୋକ ହଇରାଣ ହୋଉଛନ୍ତି ।ଫଳରେ ଚେକ୍ କ୍ଲିୟରାନ୍ସ,ନଗଦ ଜମା ଏବଂ ଉଠାଣ, ଏଫ୍ଡି ରିନ୍ୟୁ ଏବଂ ସରକାରୀ ସମ୍ବନ୍ଧୀୟ କାର୍ୟ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏନେଇ ଡାକରା ଦେଇଛନ୍ତି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ । ସପ୍ତାହରେ ମାତ୍ର ୫ ଦିନ ବ୍ୟାଙ୍କ କାର୍ୟ୍ୟ ଦିବସ, ପିଏଲ୍ଆଇ,ଅନ୍ୟାନ୍ୟ ଦାବି ନେଇ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଓଡ଼ିଶାରୁ ଏହି ଧର୍ମଘଟରେ ପ୍ରାୟ ୫୦ ହଜାର କର୍ମଚାରୀ ସାମିଲ ହେବା ନେଇ ଖବର ରହିଛି।