(ରିପୋର୍ଟସ ଡୁଟେ): ସାଧାରଣତଃ ଫଳ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ନିୟମିତ ଫଳ ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ଖାଦ୍ୟରେ ନିୟମିତ ଭାବେ ଫୁଡ଼ ସାଲଡ଼କୁ ସାମିଲ କରନ୍ତୁ । ବିଭିନ୍ନ ଫଳରେ ବିଭିନ୍ନ ପ୍ରକାର ଭିଟାମିନ୍ ରହିଥାଏ । ଫଳ ଭିତରେ ପ୍ରାୟାତଃ ଆମେ ପ୍ରତିଦିନ କଦଳୀ ଖାଇବାକୁ ପାଇଥାଏ । କିନ୍ତୁ ଏହା କେତେବେଳେ ଖାଇଲେ ସବୁଠାରୁ ଅଧିକ ଲାଭପ୍ରଦ,ତାହା ଜାଣିବା ଉଚିତ।
କଦଳୀରେ ପୋଟାସିଅମ୍,ଫାଇଭର ଓ ମାଗ୍ନେସିଅମ୍ ପ୍ରଚୁର ମାତ୍ରାରେ ଥାଏ। ଏହା ଶରୀରକୁ ପୋଷଣ ତତ୍ତ୍ୱ ଯୋଗାଇଥାଏ। କଦଳୀ ଖାଇଲେ ବ୍ୟକ୍ତିର ଶକ୍ତି ସ୍ତର ବଢ଼ିଥାଏ। ଏଣୁ ପ୍ରତିଦିନ କଦଳୀ ଖାଇବା ଉଚିତ। କିନ୍ତୁ କେବେ ବି ଖାଲି ପେଟରେ କଦଳୀ ଖାଇବା ଅନୁଚିତ।ଏହା ଫଳରେ ପେଟରେ ଅମ୍ଳ ସୃଷ୍ଟି ହୋଇଥାଏ। ମନେ ରଖନ୍ତୁ ମଧ୍ୟାହ୍ନ ଭୋଜନ ପରେ କଦଳୀ ସେବନ କରିବା ସବୁଠାରୁ ଲାଭଦାୟକ।ଆଉ ଏକ କଥା ହେଲା ଯେ ଅଧ କପ୍ ଉଷୁମ ପାଣି ପିଇବା ପରେ ଯଦି ଆପଣ ପାଚିଲା କଦଳୀ ଖାଆନ୍ତି, ତେବେ ତାହା ଆପଣଙ୍କ ତ୍ୱଚାରେ ବି ଚମକ ଆଣି ଦେବ। କଦଳୀରେ ଭିଟାମିନ୍ ସି, ବି ୬ ଆଦି ରହିଛି। ଏଣୁ ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ।
କଦଳୀରେ ଏତେ ପରିମାଣରେ ଭିଟାମିନ୍ ଥାଏ, ତାହା ଶରୀରକୁ ଶକ୍ତ କରିବାରେ ବି ସହାୟକ ହୋଇଥାଏ। ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।କଦଳୀ ଓ ଗରମ ପାଣି ଶରୀରରେ ସୋଡିଅମ୍ର ସ୍ତରକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। କେତେକ ଲୋକ ମନେ କରନ୍ତି ଯେ କଦଳୀ ଖାଇଲେ ଓଜନ ବଢେ, କିନ୍ତୁ ଏହା ସତ୍ୟ ନୁହେଁ। ଏଥିପାଇଁ ଗରମ ପାଣି ପିଇବା ପରେ କଦଳୀ ଖାଇବା ସ୍ୱାସ୍ଥ୍ୟପ୍ରଦ ବୋଲି ବିଚାର କରାଯାଏ। କଦଳୀ ଏକ ଉପାଦେୟ ଫଳ,ଏକଥା ସମସ୍ତଙ୍କୁ ଜଣା।ହେଲେ ଆପଣ କ’ଣ ଜାଣନ୍ତି ଯେ,ପ୍ରତିଦିନ ଗୋଟିଏ ଲେଖାଏଁ ପାଚିଲା କଦଳୀ ଖାଇଲେ ଉଚ୍ଚ ରକ୍ତଚାପକୁ ହ୍ରାସ କରିବାରେ ତାହା ସହାୟକ ହୋଇଥାଏ।କଦଳୀରେ ପ୍ରଚୁର ପାରିମାଣରେ ପୋଟାସିୟମ୍ ରହିଛି,ଯାହା ଶରୀରରେ ସୋଡ଼ିୟମ୍ର ପ୍ରଭାବକୁ ହ୍ରାସ କରିଥାଏ।ପ୍ରତିଦିନ ଅନ୍ୟୁନ ଦୁଇଟି କଦଳୀ ଖାଇଲେ ରକ୍ତଚାପ ନର୍ମାଲ୍ ରହିଥାଏ।