(ନରୋତ୍ତମ ପଣ୍ଡା): ଗଣେଷ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଜଣେ ଛାତ୍ର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ରୂପାନନ୍ଦ ସା ବୁଡି ଯାଇଥିବା ଦେଖି ସାଙ୍ଗପିଲାମାନେ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ସ୍କୁଲ ବନ୍ଦ କରିଥିଲେ । ସଂପୃକ୍ତ ପ୍ରଧାନମନ୍ତ୍ରୀ ଶୀକ୍ଷୟତ୍ରୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଏବଂ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।
ସୂଚନାଅନୁଯାୟୀ , ବଲାଙ୍ଗିର ଜିଲ୍ଲା ପାଟଣାଗଡସ୍ଥିତ ସିଆଳବନ୍ଧ ପ୍ରାଇମେରୀ ସ୍କୁଲରେ ପାଳିତ ହୋଇଥିଲା ଗଣେଷ ପୂଜା । ଗଣେଷ ମୂର୍ତ୍ତି ବିସର୍ଜନ କରିବାକୁ ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲର ୪ ଜଣ ଛାତ୍ରଙ୍କୁ ପଠାଇଥିଲେ । ରୂପାନନ୍ଦ ସା ନାମ ଛାତ୍ର ପୋଖରୀ ଗଣେଷଙ୍କ ମୂର୍ତ୍ତି ବିସର୍ଜନ କରୁଥିବାବେଳେ ତାହା ଗୋଡ ଖସିଯାଇଥିଲା । ଏହା ଦେଖି ସାଙ୍ଗ ପିଲାମାନେ ତାଙ୍କୁ ଉଦ୍ଧାର କରି ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।