ଜଗନ୍ନାଥ ପ୍ରକୃତରେ କୋଲକତା ଠାକୁର …

(ସୌମ୍ୟ ରଂଜନ ସେଠୀ) : ଜଗନ୍ନାଥ ପ୍ରକୃତରେ କୋଲକାତା ଠାକୁର । କଳିଙ୍ଗ ରାଜା ଜଗନ୍ନାଥଙ୍କୁ ଚୋରି କରିଛନ୍ତି । ଏଇ କଥା ଆମେ କହୁନୁ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରା ଟ୍ୱିଟ୍ କରି ଜଣାଇଥିଲେ । ନିଜ ଟ୍ଵିଟର୍‌ ପେଜ୍‌ରେ ଓଡ଼ିଶା ପ୍ରତି ଅପମାନ ସୂଚକ ପୋଷ୍ଟ କରିଛନ୍ତି ଅଭିଜିତ୍‌ । ସେ ମଧ୍ୟ ଲେଖିଛନ୍ତି, ଓଡ଼ିଶା ବେଙ୍ଗଲିମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଛି । ଓଡ଼ିଶା ବୋଲି କିଛି ନାହିଁ । ଓଡ଼ିଶା ଅବିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣାର ବନାଞ୍ଚଳ ବୋଲି ଟ୍ଵିଟ୍‌ କରିଛନ୍ତି ଅଭିଜିତ୍‌ । ସୂଚନାଥାଉ କି ୨୦୧୭ରେ ଏଭଳି କଟୁ ଟିପ୍ପଣୀ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ନିକଟରେ ଓଡ଼ିଶା ବୁଲିବାକୁ ଆସି କୋଣାର୍କ ସୂର୍ଯ୍ୟମନ୍ଦିର ଓ ଏହାର ପଥର ଖୋଦିତ କାରୁକାର୍ଯ୍ୟକୁ କଡ଼ା ସମାଲୋଚନା କରିଥିଲେ ଅଭିଜିତ୍‌ ଆୟାର ମିତ୍ର ।