ଆୟାରଙ୍କ ମନ୍ତବ୍ୟକୁ ନେଇ କମ୍ପିଲା ଗୃହ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା): ଆଜି ଗୃହ ଆରମ୍ଭରୁ ବିରୋଧୀ ଦଳ ନେତା ଆଇପିସି ୧୫୩ ଧାରା ଅନୁସାରେ ଆଣିଥିଲେ ସ୍ୱାଧିକାର ଭଙ୍ଗ ନୋଟିସ ଏବଂ ପ୍ରଶ୍ନ କାଳକୁ ବାତିଲକରି ଅଭିଜିତ ଆୟାର ଦେଇଥିବା ଓଡିଶା ଆଉ ବିଧାନସଭାର ସଭ୍ୟ ମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ବିଷୟରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଅନୁମତି ମାଗିଥିଲେ ଏବଂ ବାଚସ୍ପତି ମଧ୍ୟ ଅନୁମତି ଦେଇଥିଲେ । ଏହା ଉପରେ ଆଲୋଚନା କରିବା ପାଇଁ । ଏହି ଆଲୋଚନାରେ ଶାସକ ଏବଂ ବିରୋଧି ବିଜେପି ଏହାକୁ ସମର୍ଥନ ଜଣାଇଥିଲେ । ନରସିଂହ ମିଶ୍ର କହିଥିଲେ କେମିତି ସେ ଓଡିଶାର ବିଧାୟକଙ୍କ ବିରୁଧରେ କହିପାରିଲେ । ଓଡିଶାର ବିଧାନ ସଭା ଚାଲୁଥିବା ସମୟରେ ଓଡିଶାର କଳା, ସଂସ୍କୃତି, ସ୍ଥାପତ୍ୟ ଉପରେ ଦେଇଥିବା ବୟାନ ଅତନ୍ତ୍ୟ ଦୁର୍ଭାଗ୍ୟ ଜନକ, ତାସହ ୧୪୭ ବିଧାୟକଙ୍କୁ ବୁଦୁ କହିବା ଦୁଃଖଦ ଘଟଣା ଗୃହ ନିଷ୍ପତି ନେଉ ତାଙ୍କୁ କଣ ଦଣ୍ଡ ଦିଆଯିବ ।

ଏନେଇ ଶାସକ ସଭ୍ୟ ଅରୁଣ ସାହୁ କହିଛନ୍ତି କି ଓଡିଶାର ସଂସ୍କୃତି, ସାହିତ୍ୟ ଇତିହାସ ଉପରେ ପଦାଘାତ କରିଛନ୍ତି ଅଭିଜିତ ଆୟାର । ଯାହା କଳା ପାହାଡ କରି ପାରିନଥିଲା ତାହା ଆଜି ଆୟର କରି ଦେଖାଇଛନ୍ତି । ବିଧାନ ସଭାର ସଦସ୍ୟମାନଙ୍କୁ ଟ୍ୱଟି କରି ବୁଦୁ କହିବା ଅତନ୍ତ୍ୟ ଦୁର୍ଭାଗ୍ୟଜନକ । ଓଡିଶା ଏକ ରାଜ୍ୟ ନୁହେଁ କି ଓଡିଆ ଏକ ଭାଷା ନୁହେଁ ଏହି ମନ୍ତବ୍ୟ ସାରା ଓଡିଶା ବାସୀଙ୍କୁ ଆଘାତ ଦେଇଛି ତେଣୁ ଆୟାରଙ୍କୁ ସାସ୍ତିଦେବା ଆବଶ୍ୟକ । ପ୍ରମିଲ୍ଲା ମଲିକ ଓ ଅତନୁ ସବ୍ୟସଚି କହିଛନ୍ତି କି ବୈଜୟନ୍ତ ପଣ୍ଡା ନିଜେ ନକହି ଆୟାରଙ୍କ ଦ୍ୱାରା ଏସବୁ କୁହାଇଛନ୍ତି । ଆୟାର କିଏ ? ତାଙ୍କୁ କିଏ ଆଣିଥିଲା ତାହାର ତଦନ୍ତ କରାଯାଉ । ଏହାପରେ ବାଚସ୍ପତି ଗୃହକୁ ୨୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି କାରିଥିଲେ ।