ଆସୁଛି କେବିସି ସିଜିନ ୧୦ , କେବେ ଆରମ୍ଭ ହେବ ଜାଣନ୍ତୁ

( ମୁମ୍ବାଇ): ଆରମ୍ଭ ହେବାକୁ ଯାଉଛି ସୋନି ଟେଲିଭିଜନର ଲୋକପ୍ରିୟ ଶୋ କେବସି ସିଜିନ ୧୦ । କେବସି ସିଜିନ୍ ୧୦ ର ସୁଟଂ ଆରମ୍ଭ କରିସାରିଛନ୍ତି ବିଗ୍ ବି ଅମିତାଭ୍ ବଚ୍ଚନ । ଏନେଇ ନିଜେ ବିଗ୍ ବି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଅମିତାଭ୍ ଟ୍ୱିଟ କରି କହିଛନ୍ତି , ପୁଣି ଥରେ ଆରମ୍ଭ ହେଲା କେବିସି । ଏହି ଶୋ ଆରମ୍ଭ ହେବାର ୧୮ ବର୍ଷ ହୋଇସାରିଛି । ଏବେ କେବିସି ସିଜନ୍ ୧୦ ଆସୁଛି । ଆପଣ ଙ୍କ ପ୍ରେମ ଏବଂ ସମର୍ଥନ ବିନା ଏହା ସମ୍ଭବ ହୋଇପାରିନଥାନ୍ତା । ୨୦୦୦ ମସିହାରୁ ବିଗ୍ ବି ଏହି ଶୋ ସହ ଜଡିତ ଅଛନ୍ତି । କେବିସି ସିଜିନ ୯ ଟି ଖୁବ୍ ଲୋକପ୍ରିୟ ହୋଇଥିଲା । କେବିସି ଟିଆରପି ମାମଲାରେ ଅନ୍ୟ ସମସ୍ତ ସିରିୟଲକୁ ପଛରେ ପକାଇଦେଉଛି । କେବିସି ସିଜିନ ୧୦ ଡିସେମ୍ବର ୩ ରେ ଆରମ୍ଭ ହେବ । ଏହି ଶୋ ସୋମବାରରୁ ରବିବାର ରାତି ୯ ଟାରେ ପ୍ରସାରଣ ହେବ ।