ଅଭିଜିତ ଆୟରଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେଲା କୋଣାର୍କ ପୋଲିସ

(ଆଦର୍ଶ ରାଉତ): ଗତକାଲି ଜାମିନ ଆବେଦନ ଖାରଜ ହେବା ପରେ ଝାରପଡା ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଅଭିଜିତ୍ । ରାଜଧାନୀର ଝାରପଡା ଜେଲରେ ଅଭିଜିତଙ୍କ ପ୍ରଥମ ରାତି କଟିଛି । କୋଣାର୍କ ଥାନାରେ ଏକ ମାମଲା ଥିବାରୁ ଅଧିକ ପଚରାଉଚରା ଲାଗି ତାଙ୍କୁ କୋଣାର୍କ ପୁଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ଲାଗି ଭୁବନେଶ୍ବର ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିବା ପରେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ଜେଲ କର୍ତ୍ତୃପକ୍ଷଙ୍କ ଅନୁସାରେ, ଜେଲରେ ଅଭିଜିତଙ୍କ ବ୍ୟବହାର ସ୍ୱାଭାବିକ ଥିଲା । ରାତିରେ ଜେଲ ପକ୍ଷରୁ ତାଙ୍କୁ ରୁଟି ଓ ତରକାରୀ ଖାଇବାକୁ ଦିଆଯାଇଥିଲା । ହେଲେ ସେ ବାହାରୁ ଖାଇକି ଆସିଛନ୍ତି ବୋଲି କହିବା ସହ ଖାଇବାକୁ ମନା କରିଦେଇଥିଲେ । ୧୧ ନମ୍ବର ସେଲରେ ରହୁଥିବା ଅଭିଜିତଙ୍କ ବ୍ୟବହାର କିନ୍ତୁ ସ୍ୱାଭାବିକ ଥିଲା ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି ।