ଓଡିଶା ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଅଭିଜିତ ଆୟର ଗିରଫ

(ମମତା ସାମଲ): ଓଡିଶା କଳା ସଂସ୍କୃତି ସମ୍ପର୍କରେ ଅରୁଚିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । କେବଳ ଓଡ଼ିଶା ନୁହେଁ, ଅଭିଜିତ୍ ବିଧାୟକ ଓ ସମ୍ବାଦିକମାନଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ।

ଅଭିଜିତ୍ ଙ୍କୁ ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୁଲିସ୍ ହେପାଜତକୁ ନେଇ ପଚରା ଉଚରା କରିବା ପରେ ଗିରଫ କରିଛି। ଏହାପରେ ତାଙ୍କୁ ସାକେତ୍ କୋର୍ଟରେ ହାଜର କରାଯିବ। ଓଡ଼ିଶା ପୋଲିସ୍ ଅଭିଜିତ୍ ଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇପାରେ।

ସୋଶିଆଲ ମିଡିଆରେ ଅଭିଜିତ୍ ଓଡ଼ିଶାର କଳା ଓ ଐତିହ୍ୟ ପ୍ରତି ଆପତ୍ତିଜନକ ଏବଂ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ। ଏହାକୁ ନେଇ ଆଜି ବିଧାନସଭାରେ ମଧ୍ୟ ହୋହାଲ୍ଲା ହୋଇଥିଲା। ଘଟଣାର ତଦନ୍ତ ପାଇଁ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ଏକ ଗୃହ କମିଟି ଗଠନ କରିବା ପାଇଁ ବାଚସ୍ପତି ଏକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ।