ଚଢେଇ ଖାଇବାକୁ ଯାଇ ପଞ୍ଜୁରୀ ଭିତରେ ଫସିଲା ନାଗ ସାପ

ପକ୍ଷୀ ଶିକାର କରିବାକୁ ଜାଇ ପଞ୍ଜୁରୀ ଭିତରେ ନାଗ ସାପ ପଶି ହେଲା ହଟହଟା । ବାଙ୍କୀ ର ଇଲେଟ୍ରିକ ଅଫିସ ପାଖରେ ଥିବା ପ୍ରଶାନ୍ତ ମିଶ୍ର ଙ୍କ ଘରେ ନାଗ ସାପ ପଶି ଥିଲା । ସାପ ଦେଖି ଭୟଭୀତ ହୋଇ ଓଡ଼ିଶା ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରିଥିଲେ । ତାପରେ ସଂସ୍ଥା ର ସଦସ୍ୟ ଲଳିତ ମୋହନ ପଣ୍ଡା ସେଠାରେ ପହଞ୍ଚି ସାପ ଟିକୁ ଉଦ୍ଧାର କରି ତାକୁ ନିକଟସ୍ଥ ପ୍ରାକୃତିକ ଆବାସ୍ଥଳୀ ରେ ଛାଡି ଦେଇଥିଲେ। ସୂଚନାଯୋଗ୍ୟ ପ୍ରସନ୍ନ ମିଶ୍ର ଘର ପଛପଟେ ଥିବା ଚଢ଼େଇ ପଞ୍ଜୁରୀରେ ଚଢେ଼ଇ ଖାଇବା ପାଇଁ ଆଜି ପ୍ରାୟ ୩ ଫୁଟ ର ଏକ ନାଗ ସାପ ପଞ୍ଜୁରି ଭିତରେ ପଶି ଯାଇ ଥିଲା । ତେବେ ଦୁଇଟି ଗର୍ଭବତୀ ଚଢେ଼ଇ କୁ ଖାଇ ସାରିବା ପରେ ପଞ୍ଜୁରୀ ବାହାର କୁ ଆସି ନପାରି ଜୋରେ ଗର୍ଜନ କରିଥିଲା । ଏହା ଶୁଣି ଘରମାଲିକ ଓଡ଼ିଶା ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରିବାରୁ ସାପ ଟି ଉଦ୍ଧାର ପାଇଥିଲା। ଓଡ଼ିଶା ସ୍ନେକ ହେଲ୍ପଲାଇନ ର ସମ୍ପାଦକ ଲଳିତ ମୋହନ ପଣ୍ଡା ଙ୍କ ମତ ରେ ଘରେ ଯଦି ପୋଷା ଚଢେ଼ଇ ରଖିଛନ୍ତିଟ୍ଟ ତେବେ ତାର ସୁରକ୍ଷା ପାଇଁ ସେ ଗୃହ ଟି କୁ ସଫା ରଖିବା ସହ ଗୃହ ର ଚାରିପଟେ ଓ ଗାତ ଥିବା ସ୍ଥାନ ରେ ତାର ଯାଲି ଲଗେଇବାକୁ ମତ ପ୍ରକାଶ କରିଛନ୍ତି ।