ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଆଗାମୀ ଫିଲ୍ମ “ରଣବାଲି” ଓ “ମୈସା” ର ସୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଗମ୍ଭୀର ଆଘାତ ଲାଗିବା କାରଣରୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଖବର ଅନୁସାରେ,ଦୁଇଟି ସିନେମାର ଆକ୍ସନ ଓ ଡ୍ୟାନ୍ସ ସିକ୍ୱେନ୍ସ ସ୍ୱୟଂ ସମୟରେ ଅଭିନେତ୍ରୀ ଆଘାତ ପାଇଥିଲେ । ଏହି ଅବସ୍ଥାକୁ ଗଭୀର ବୋଲି ଡାକ୍ତର ମାନେ ବିବେଚନା କରିଛନ୍ତି । ସାଧାରଣତଃ ଯେଉଁମାନେ କଠୋର ଶାରୀରିକ ତାଲିମ ନେଇଥାନ୍ତି ଏପରି ଆଘାତ ସେମାନଙ୍କ କ୍ଷେତ୍ର ରେ ଦେଖାଯାଏ ।
ଜଣେ ଅଭିନେତ୍ରୀଙ୍କ ଠାରେ ଏପରି ଆଘାତ ଦେଖି ଡାକ୍ତର କଇଛନ୍ତି ପ୍ରାୟ ୬ ସପ୍ତାହ ସମ୍ପୂର୍ଣ୍ଣ ବିଶ୍ରାମ ନେବା ଆବଶ୍ୟକ । କାର୍ଯ୍ୟକ୍ଷେତ୍ରକୁ ଫେରିବା ପୂର୍ଵରୁ ଏକ ନିର୍ଧାରିତ ଜୀବନଶୈଳୀରେ ରହି ନିଜର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।
ରାହୁଲ ସଂକ୍ରିତିଆନଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ “ରଣବାଲି” ହେଉଛି ଏକ ଐତିହାସିକ ଏବଂ ସର୍ବଭାରତୀୟ ଚଳଚ୍ଚିତ୍ର । ୧୮୫୪ ରୁ ୧୮୭୮ ମଧ୍ୟରେ ଯେଉଁ ସମୟରେ ବ୍ରିଟିଶ ଉପନିବେଶବାଦୀ ଶାସନ ଚଳାଇଥିଲେ ସେହି ସମୟର କିମ୍ବଦନ୍ତୀ ଯୋଦ୍ଧାଙ୍କ କାହାଣୀ ଉପରେ ଆଧାରିତ। ସେ ଅତ୍ୟାଚାର ବିରୁଦ୍ଧରେ ଓ ଶାନ୍ତିମୟ ଜୀବନଯାପନ ପାଇଁ ଲଢେଇ କରନ୍ତି। ଏଥିରେ ମୁଖ୍ୟ ଭୂମିକାରେ ବିଜୟ ଦେବରକୋଣ୍ଡା ଓ ଜୟମ୍ମା ଭୂମିକାରେ ଅଭିନୟ କରିଛନ୍ତି। ଏହା ସହ ହଲିଉଡ଼ ଅଭିନେତା ଆର୍ନୋଲ୍ଡ ଭୋସଲୁ ମୁଖ୍ୟ ଖଳନାୟକ ଭାବରେ ଅଭିନୟ କରିଛନ୍ତି। ଏହି ଫିଲ୍ମ “ରଣବାଲୀ” ସେପ୍ଟେମ୍ବର ୧୧, ୨୦୨୬ରେ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ସିନେମା ହଲରେ ମୁକ୍ତିଲାଭ କରିବ।