ଖାଉଟିଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ । ତେଲ , ଗ୍ୟାସ ଓ ପେଟ୍ରୋଲ ପରେ ଏବେ ଏହାର ପ୍ରଭାବ କ୍ଷୀର ଉପରେ ପଡିଛି । ଫଳସ୍ୱରୂପ କ୍ଷୀର ପ୍ୟାକେଟର ଦାମ୍ ବଢିଛି । ପୂର୍ବରୁ ଅମୂଲ କମ୍ପାନୀର ଦାମ ବଢିଥିବାବେଳେ ଏବେ ପୁଣିଥରେ ମଦର ଡାଏରୀର ମୁଲ୍ୟ ବୃଦ୍ଧି ପାଇଛି । ଏମିତିକି ବିଭିନ୍ନ ପ୍ରକାରର କ୍ଷୀର କମ୍ପାନୀ ପ୍ରତି ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି। ଯେଉଁ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହେବ ।

ବୁଧବାର ଏନେଇ ଏକ ବିବୃତ୍ତିରେ ଜାରି କରି , କମ୍ପାନୀ ପକ୍ଷରୁ ଉଲ୍ଲେଖ କରି କୁହାଯାଇଛି ଯେ ଗତ ବର୍ଷ ମଧ୍ୟରେ ଚାଷୀଙ୍କଠାରୁ କ୍ଷୀର ସଂଗ୍ରହ ଖର୍ଚ୍ଚ ପ୍ରାୟ ୬ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନୀ କହିଛି ଯେ ଗ୍ରାହକଙ୍କ ଉପରେ ପ୍ରଭାବକୁ କମ କରିବା ପାଇଁ ଦୀର୍ଘ ସମୟ ପାଇଁ ମୂଲ୍ୟ ବୃଦ୍ଧି କରାଯାଇ ନଥିଲା ।
![]()
ତଥାପି, ବୃଦ୍ଧି ପାଉଥିବା ଖର୍ଚ୍ଚ ଯୋଗୁଁ, ଏହି ନିଷ୍ପତ୍ତି ନେବା ଏବେ ଜରୁରୀ ହୋଇପଡ଼ିଛି। ମଦର ଡାଏରୀ ପୂର୍ବରୁ, ଅମୂଲ ମଧ୍ୟ କ୍ଷୀର ମୂଲ୍ୟରେ ଲିଟର ପିଛା ୨ ବୃଦ୍ଧି ଘୋଷଣା କରିଥିଲା। କମ୍ପାନୀ ଅନୁଯାୟୀ, ଶେଷ ଥର ପାଇଁ ଏପ୍ରିଲ ୨୦୨୫ରେ କ୍ଷୀର ମୂଲ୍ୟ ସଂଶୋଧିତ ହୋଇଥିଲା। କମ୍ପାନୀ କହିଛି ଯେ ଏହା କ୍ଷୀର ବିକ୍ରୟରୁ ହେଉଥିବା ରାଜସ୍ୱର ପ୍ରାୟ ୭୫ ରୁ ୮୦ ପ୍ରତିଶତ ଚାଷୀମାନଙ୍କୁ ପ୍ରଦାନ କରେ । ଫଳସ୍ୱରୂପ, ଚାଷୀ ଏବଂ ଗ୍ରାହକ ଉଭୟଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ମୂଲ୍ୟ ବୃଦ୍ଧି କାର୍ଯ୍ୟକାରୀ କରାଯାଇଥିବା ନେଇ କୁହାଯାଇଛି ।