ରାଜ୍ୟ ସରକାର ତୈଳରୁ ଟିକସ କମ କରନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

(ସୋମ୍ୟ ରଂଜନ ସେଠୀ) ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୧୩ ପଇସା ରହିଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୬୫ ପଇସା ରେ ପହଁଚିଛି । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ମାତ୍ର ୨ ଟଙ୍କାର ଫରକ ରହିଛି । ବ୍ରହ୍ମପୁରରେ ପେଟ୍ରୋଲ ଦର ୮୧ ଟଙ୍କା ୦୬ ପଇସା ଓ ଡିଜେଲ ଲିଟର ପ୍ରତି ୭୯ ଟଙ୍କା ୫୯ ପଇସା ରହିଛି । ଯାଜପୁରରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୨୪ ପଇସା ଓ ଡିଜେଲ ଲିଟର ପିଛା ୭୮ ଟଙ୍କା ୭୪ ପଇସା ହୋଇଛି । ସାରା ରାଜ୍ୟରେ ପେଟ୍ରୋଲ ଦର ଦିନକୁଦିନ ବୃଦ୍ଧି ହେବାରେ ଲାଗିଛି ।
ତେଲ ଦର ନିୟନ୍ତ୍ରଣ ପାଇଁ ଟିକସ କମାଇବାକୁ ରାଜ୍ୟ ସରକାର ଙ୍କୁ ପରାମର୍ଶ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟ କେତେକ ରାଜ୍ୟ ଟିକସ କମାଇ ସାରିଥିବା ବେଳେ ଓଡିଶା ସରକାର ପଦକ୍ଷପ ନଏବା ଆବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର , ସେ କହିଛନ୍ତି ୨୦୧୪ ରେ ତେଲରୁ ୩ ହଜାର କୋଟିରୁ କମ ଟିକସ ପାଉଥିବାବେଳେ ଏବେ ୭ହଜାର ଟିକସ ପାଉଛି ରାଜ୍ୟ । ତେଣୁ ଟିକସ କମାଇବା ଦାୟିତ୍ୱ ରାଜ୍ୟସରକାରଙ୍କର ।