ଆସନ୍ତା ୧୦ ରେ ଭାରତ ବନ୍ଦ

(ଆଦର୍ଶ ରାଉତ) : ତେଲ ଦରକୁ ବିରୋଧ କରି ଆସନ୍ତା ୧୦ ତାରିଖ ଦିନ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତକାଲି ଦଳର ନେତାମାନେ ଏକ ସାମ୍ବାଦିକ ସମ୍ବିଳନୀରେ ଏହା ଘୋଷଣା କରିଛନ୍ତି। ଆନ୍ଦୋଳନରେ ସାମିଲ ହେବାପାଇଁ ଅନ୍ୟ ଦଳ ଓ ବିଭିନ୍ନ ସଂଗଠନକୁ ମଧ୍ୟ ଆହ୍ୱାନ କରାଯାଇଛି। ଏହି ଆନ୍ଦୋଳନ ଦିନ ୯ଟାରୁ ଅପରାହ୍ନ ୨ଟା ୩୦ ରୁ ୩ଟା ମଧ୍ୟରେ ହେବ।