( ବନବାସୀ ପ୍ରଧାନ) : ସ୍ୱଚ୍ଛତା ସଚେତନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାର୍ଥନା ସଭାରେ ସଚେତନତା ଶପଥପାଠ କରିବା ପରେ ହାତରେ ପ୍ଲାକାର୍ଡ ଧରି ଗ୍ରାମରେ ଏକ ସଚେତନତା ରାଲି କରିଛନ୍ତି । ସଚେତନତା ରାଲି ମାଧ୍ୟମରେ ନିଜ ଘରର ସଦସ୍ୟ,ପାଖପଡୋଶୀ ଓ ଗ୍ରାମବାସୀଙ୍କୁ ପରିସ୍କାର ଓ ପରିଚ୍ଛନ୍ନତା ସମ୍ବନ୍ଧରେ ସଚେତନ କରାଇଥିଲେ।ପ୍ଲାକାର୍ଡ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସଚେତନତା ବାର୍ତ୍ତା ପଠାଇଛନ୍ତି । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମର ଯୁବକମାନେ ସହଯୋଗ କରିଥିଲେ ।