ଗୁଳିକରି ଜୀବନରୁ ମାରିଦେବାକୁ ଉଦ୍ୟମ

(ଆଦର୍ଶ ରାଉତ ) : ଗତକାଲି ସହିଦନଗର ଥାନା ଟଙ୍କପାଣି ରୋଡ ଶିରିଡି ସାଇ ମନ୍ଦିର ନିକଟରେ ଗୁଳିକାଣ୍ଡ ଘଟିଥିଲା । ଦିନ ପ୍ରାୟ ୨.୧୫ ରେ ଶିଶୁପାଳଗଡର ସୁଶାନ୍ତ ଭୋଇଙ୍କ ଉପରକୁ ଚାରି ଜଣ ଦୁର୍ବୃତ୍ତ ଗୁଳିଚାଳନା କରିବାସହ ଖଣ୍ଡାରେ ମଧ୍ୟ ଆଘାତ ଦେଇଥିଲେ। ଏଥିରେ ସୁଶାନ୍ତ ଭୋଇ ଗୁରୁତର ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବେ ତାଙ୍କୁ ସହିଦନଗର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଜି ପୋଲିସକମିଶନର ସୂଚନା ଦେଇଛନ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଅଘଟଣ ଘଟିଛି, ଜୀବନରୁ ମାରିଦେବା ପାଇଁ ପ୍ରୟାସ କରିଥିଲେ ଦୁର୍ବୃତ୍ତ ।