ଟ୍ରକ ଚାପରେ ବୃଦ୍ଧ ଙ୍କ ମୃତ

( କାହ୍ନୁ ଚରଣ ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ କୁଶୁଲା ପେଟ୍ରୋଲ ପମ୍ପ ନିକଟରେ ଏଆର ଏସଏସ ଠିକା କମ୍ପାନୀ ର ଟ୍ରକ ଦ୍ରୁତବେଗରେ ଆସି ବୃଦ୍ଧ ଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ପିପୋଲ ପଦର ଗ୍ରାମର ମାନଧାତା ସାହୁ ବୋଲି ଜଣାପଡିଛି । ସେ ଜୋରାଡ଼ବରା ତାଙ୍କ ସମୁଦି ଘରକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହେବା ର ଉଦ୍ୟମ କରୁଥିବା ଜଣାପଡ଼ିଛି ।