( ମୁମ୍ବାଇ) : ବଲିଉଡର ଦେଶୀ ଗର୍ଲ ଭାବେ ପରିଚିତ ପ୍ରିୟଙ୍କା ଚୋପ୍ରା ତାଙ୍କ ବୟଫ୍ରେଣ୍ଡ ନିକ୍ ଜୋନସଙ୍କ ସହ ନିର୍ବନ୍ଧ କରିଛନ୍ତି । ଏହି ନିର୍ବନ୍ଧ ମୁମ୍ବାଇରେ ହିଁ ହୋଇଥିଲା । ଏଥିପାଇଁ ସକାଳୁ ପ୍ରିୟଙ୍କାଙ୍କ ଘରେ ଗହଳ ଚହଳ ଦେଖିବାକୁ ମିଳିଛି।
ନିକ୍ ନିଜ ବାପା ମା’ଙ୍କ ସହ ଗତକାଲି ମୁମ୍ବାଇ ପହଞ୍ଚିଥିଲେ। ବିମାନବନ୍ଦରରେ ସେମାନଙ୍କ ଦେଖା ମିଳିବା ପରେ ପୂର୍ବାନୁମାନ କରାଯାଉଥିଲା , ଯେ ନିର୍ବନ୍ଧ ପାଇଁ ହିଁ ନିକ୍ଙ୍କ ମାତାପିତା ମୁମ୍ବାଇ ଆସିଛନ୍ତି।
ନିର୍ବନ୍ଧ ପାଇଁ ପ୍ରିୟଙ୍କାଙ୍କ ଘରକୁ ରଙ୍ଗବେରଙ୍ଗର ଲାଇଟ୍ ଓ ଦାମୀ ଫୁଲରେ ସଜା ହେଉଛି। ଏହି ସାଜସଜାର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ୍ ହୋଇଛି। ଶୁଣିବାକୁ ମିଳୁଛି, ଏହି ନିର୍ବନ୍ଧ ଉତ୍ସବରେ କେବଳ ପ୍ରୟଙ୍କାଙ୍କ କିଛି ଖାସ୍ ବନ୍ଧୁ ଓ ସମ୍ପର୍କୀୟ ସାମିଲ ହେବେ।