ବିଜେପି ପ୍ରଭାରୀଙ୍କ ଗାଡିରୁ ୫ ଲକ୍ଷ ୩୬ ହଜାର ଟଙ୍କା ଉଦ୍ଧାର

(ରିପୋର୍ଟରସ୍ ଟୁଡେ)ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଭାଜପା ସମର୍ଥକଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଦିଗପହଣ୍ଡି ବ୍ଲକ ନିର୍ବାଚନ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ ଅଦୈତ କୁମାର ସ୍ବାଇଁ, ବ୍ଲକ ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ, ଦକ୍ଷ ପ୍ରସାଦ ଆଚାର୍ୟ୍ୟ, ରାଜସ୍ବ ନିରୀକ୍ଷକ ରନତ୍ାକର ସ୍ବାଇଁଙ୍କ ଉପସ୍ଥିତିରେ ପୋଲିସ ଏକଗାଡ଼ି ନଂ.ଓଆର୦୨ବିସି-୮୮୯୯କୁ ଯାଞ୍ଚ କରିଥିଲେ। ଏହି ଗାଡିରେ ୨ଟି ଏୟାର ବ୍ୟାଗରେ ୫ଲକ୍ଷ ୩୬ ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ପୋଲିସ ଗାଡ଼ିରେ ବସିଥିବା ଗଜପତି ଜିଲା ଭାଜପା ପ୍ରଭାରୀ ପବିତ୍ର ମୋହନ ଦାସ, ଗଞ୍ଜାମ ଜିଲା କାର୍ୟ୍ୟକର୍ତ୍ତା କୁଞ୍ଜ ବିହାରୀ ପାଣିଗ୍ରାହୀ, ଯାଜପୁର ଅଞ୍ଚଳର ବିଶ୍ୱମୋହନ ଦାସଙ୍କ ସହ ଗାଡି ଚାଳକ ଓ ଅନ୍ୟଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଟଙ୍କା ବ୍ୟାଗ ଥିବା କାରଟି ବ୍ରହ୍ମପୁରରୁ ଗଜପତି ଜିଲା ମୋହନା ଯାଉଥିବା ବେଳେ ଧରାପଡ଼ିଥିବା ବ୍ଲକ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।ବ