( ଭୁବନେଶ୍ୱର / ରିପୋର୍ଟସଟୁଡେ): ଆଜିକାଲିର ଯୁବପିଢି ରଙ୍ଗକୁ ନେଇ ଅନେକ ଏକ୍ସପେରିମେଣ୍ଟ କରୁଥିବାର ଦେଖାଯାଉଛି ।ସେ ଏଥିନିକ୍ ଆଉଟ୍ ଫିଟ୍ ହେଉ, ଫରମାଲ ବା କାଜୁଆଲ୍। ତେବେ କେବଳ ଆଉଟଫିଟ ନୁହେଁ ଫୁଟଓ୍ବେର, ଆସେସରିଜ୍, ବ୍ୟାଗ୍ ଆଦିକୁ ଚୟନ କଲା ବେଳେ ରଙ୍ଗ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଆଗକୁ ଆସୁଛି ଖରାଦିନ। ଏହି ଦିନେ ହଳଦୀ ରଙ୍ଗକୁ ଯୁବପିଢ଼ି ବେଶ୍ ପସନ୍ଦ କରିଥାନ୍ତି। ତେବେ ହଳଦୀ ରଙ୍ଗକୁ ନେଇ କ’ଣ ସବୁ ଫ୍ୟାଶନ ଟ୍ରେଣ୍ଡ ଚାଲିଛି ସେ ସମ୍ପର୍କରେ…
ଖରାଦିନେ ଅଫିସଓ୍ବେର ଭାବେ ହଳଦୀ ରଙ୍ଗର କୁର୍ତ୍ତି, ଫର୍ମାଲ ଶାର୍ଟ, ଟପ୍ସ୍ ଆଦି ପିନ୍ଧି ପାରିବେ। ସେହିଭଳି କାଜୁଆଲ ଓ୍ବେରରେ ଏହି ରଙ୍ଗର ମ୍ୟାକ୍ସି ଡ୍ରେସ୍, ଏ ଲାଇନ୍ କୁର୍ତ୍ତି ବେଶ୍ ଭଲ ଦେଖାଯାଇଥାଏ। ଏହାବ୍ୟତୀତ ଜିନ୍ସ ଉପରେ ହଳଦୀ ରଙ୍ଗର ଶର୍ଟ କୁର୍ତ୍ତି ଏବଂ ଟପ୍ସ ମଧ୍ୟ ଏହି ସିଜନ୍ରେ କୁଲ୍ ଲୁକ୍ ଦେଇଥାଏ।
ଡ୍ରେସ୍ ଭଳି ହଳଦୀ ରଙ୍ଗର ଫୁଟଓ୍ବେର ମଧ୍ୟ ଏହି ସିଜନ୍ରେ ଟ୍ରେଣ୍ଡରେ ଥାଏ। ଡ୍ରେସ୍କୁ ମ୍ୟାଚ୍ କରି ହଳଦୀ ରଙ୍ଗର ଫ୍ଲିପ୍ଫ୍ଲପ୍, ସାଣ୍ଡେଲ, ଷ୍ଟେଲିଟୋଜ୍ ଆଦି ପିନ୍ଧି ପାରିବେ।
କାଜୁଆଲ ଲୁକ୍ ପାଇଁ ଡ୍ରେସ୍କୁ ମ୍ୟାଚ୍ କରି ହଳଦୀ ରଙ୍ଗର ଆସେସରିଜ ମଧ୍ୟ ଏହି ସିଜନ୍ରେ ବେଶ୍ ଭଲ ଦେଖାଯାଇଥାଏ। ଏହି ରଙ୍ଗର ବିଡ୍ସ୍ ନେକ୍ଲେସ୍, ଫର୍ ନେକ୍ଲେସ୍ ଆଦିକୁ ପିନ୍ଧି ଏକ ଷ୍ଟାଇଲିସ୍ ଲୁକ୍ ପାଇପାରିବେ।
ଖରା ଦିନେ ଖରାରୁ ରକ୍ଷା ପାଇବା ପାଇଁ ହେଉ ବା ଫ୍ୟାଶନେବୁଲ ଲୁକ ପାଇଁ ସ୍କାର୍ଫ୍ ବ୍ୟବହାର କରିଥା’ନ୍ତି। ଏହି ସ୍କାର୍ଫର ମଧ୍ୟ ବିଭିନ୍ନ ହିଜାଇନ୍ ଉପଲବ୍ଧ ହେଉଛି। ତେବେ ହଳଦୀ ରଙ୍ଗର ସ୍କାର୍ଫକୁ ବି ଆପଣ ବିଭିନ୍ନ ଷ୍ଟାଇଲ୍ରେ ପିନ୍ଧି ଏକ ଟ୍ରେଣ୍ଡି ଲୁକ୍ ପାଇପାରିବେ।