ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ କଫି

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଉତ୍ତମ ସ୍କ୍ରବ୍‌ର କାମ କରିବା ସହ ସୌନ୍ଦର୍ୟ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ…

ସ୍‌ ସ୍କ୍ରବ୍‌ – କଫି ତ୍ୱଚା ପାଇଁ ବେଶ୍‌ ଉପକାରୀ। ଏହା ମୃତକୋଷିକାକୁ ବାହାର କରି ତ୍ୱଚାରେ ସୁନ୍ଦରତା ଆଣିଥାଏ। କଫି ସହ ଲୁଣ ଏବଂ ଦୁଇ ଚାମଚ ଅଲିଭ ଅଏଲ୍‌ ମିଶାଇ ତ୍ୱଚାରେ ଲଗାନ୍ତୁ। ୨-୩ ମିନିଟ୍‌ ମସାଜ୍‌ କରିବା ପରେ ଧୋଇଦିଅନ୍ତୁ। ଏପରି କଲେ ଚେହେରାର ଥକ୍କାପଣ ଦୂର ହୋଇଥାଏ।
ବଡି ସ୍କ୍ରବ୍‌ – ତ୍ୱଚାର ତୈଳୀୟ ଅଂଶକୁ ନିୟନ୍ତ୍ରଣରେ ରଖିଥାଏ କଫି। ଅଧା କପ୍‌ ପେଷା ଯାଇଥିବା କଫିରେ ଅଧା କପ୍‌ କୋକୋନଟ୍‌ ପାମ୍‌ ସୁଗାର, ୧/୪ କପ୍‌ ନଡିଆ ତେଲ ଏବଂ ଏକ ଚାମଚ ପେଷା ଯାଇଥିବା ଡାଳଚିନି ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଏକ ଏୟାର ଟାଇଟ୍‌ କଣ୍ଟେନରରେ ରଖନ୍ତୁ। ଗାଧୋଇବା ପୂର୍ବରୁ ଏହାକୁ ସ୍କ୍ରବ ଭାବେ ଶରୀରରେ ଲଗାନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ପରିଷ୍କାର ଏବଂ କୋମଳ ହୋଇଥାଏ।
ହେୟାର କଲରିଂ – କେଶକୁ କଲର କରିବା ପାଇଁ ଆପଣଙ୍କୁ ପାର୍ଲର ଯିବାକୁ ପଡିବନି। ଏଥିପାଇଁ ଷ୍ଟ୍ରଙ୍ଗ୍‌ କଫି ପ୍ରସ୍ତୁତ କରନ୍ତୁ। ଏହାକୁ ଥଣ୍ଡା କରି କେଶରେ ଲଗାଇ କିଛି ଘଣ୍ଟା ପରେ ଶାମ୍ପୋ ଏବଂ କଣ୍ଡିଶନର କରନ୍ତୁ। ଏହାଦ୍ୱାରା କେଶ କେବଳ ସାଇନିଂ କରି ନ ଥାଏ ବରଂ ଧଳା କେଶ କଳା ହୋଇଥାଏ। ଯଦି ଆପଣ ଡାର୍କ କଲର ଚାହୁଁଛନ୍ତି ତେବେ ଏଥିରେ ହେନା ହେୟାର ଡାଇ ମିଶାନ୍ତୁ। ଚାହିଁଲେ ଡାର୍କ ଶେଡ୍‌ ପାଇଁ କଫିର ମିଶ୍ରଣରେ କୋକୋ ପାଉଡର ମିଶାଇ ପାରିବେ।
ଫେସ୍‌ ମାସ୍କ- ଅଧା କପ୍‌ କଫି ପାଉଡର, ଅଧା କପ୍‌ କୋକୋ ପାଉଡର, ୧ କପ୍‌ କ୍ଷୀର, ୧ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ମହୁ ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଚେହେରାରେ ଥକ୍କାପଣ ଦୂର କରିବା ପାଇଁ ଏହି ଫେସ୍‌ ମାସ୍କ ବେଶ୍‌ ଉପକାରୀ।