ମହାଶିବରାତ୍ରି ଅବସରରେ ଅନୁଗୋଳର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳଠାରୁ ଭକ୍ତମାନେ ବିଭିନ୍ନ ଶୈବପୀଠରେ ଜଳ ଅର୍ପଣ ଏବଂ ପୂଜା କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଥିଲା । ବିଭିନ୍ନ ମନ୍ଦିରରେ ଭକ୍ତମାନଙ୍କ ପାଇଁ, ଭଲରେ ଦର୍ଶନ ପାଇଁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଥିଲା । ଦର୍ଶନ ପାଇଁ ବ୍ୟାରିକେଡ୍ ତିଆରି କରାଯିବା ସହିତ ଭକ୍ତମାନେ ଜଳ ଅର୍ପଣ କରିବା ପାଇଁ ଧାଡ଼ିରେ ଠିଆ ହୋଇ ମନ୍ଦିରରେ ପ୍ରବେଶ କରିଥିଲେ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏଥିସହିତ ସୁରକ୍ଷା ପାଇଁ ପୋଲିସ୍ କର୍ମଚାରୀଙ୍କ ସହିତ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି । ରାତ୍ରି ସମୟରେ ଶ୍ରଦ୍ଧାଳୁ ମାନେ ପ୍ରଦୀପ ପ୍ରଜ୍ଵଳନ ପାଇଁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ବ୍ୟବସ୍ଥା କରା ଯାଇଥିଲା । ଏହି ଅବସରରେ କାଣ୍ଡସର ସ୍ଥିତ ବାବା କପିଳେଶ୍ୱର ମନ୍ଦିର, କନ୍ୟାବେଡ଼ା ସ୍ଥିତ ବାବା କଳ୍ପେଶ୍ୱର ମନ୍ଦିର, ବଳରାମ ପ୍ରସାଦ ସ୍ଥିତ ବାବା ସିଦ୍ଧେଶ୍ୱର ଓ ବାବା ଐଶ୍ୱନେଶ୍ୱର ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।