ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।

 

ବିପଦରେ ଆଣ୍ଡ୍ରଏଡ୍ ଫୋନ୍ । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ । କମ୍ପାନୀ ସ୍ପଷ୍ଟ କରିଛି ଯେ, ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍ ଗୁଡିକ ଆଉ ସୁରକ୍ଷାରେ ଅପଡେଟ୍ ପାଇବେ ନାହିଁ । ଏହାର ଅର୍ଥ ହେଉଛି, ଏଭଳି ଡିଭାଇସ୍ ଗୁୃଡିକ ଏବେ ନୂତନ ମାଲୱେର୍ ଏବଂ ସ୍ପାଏୱାୟାର ଆକ୍ରମଣର ଶିକାର ହୋଇପାରେ । ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହାରକାରୀ ବିପଦରେ ଅଛନ୍ତି। ଯଦି ଆପଣଙ୍କ ଫୋନ୍ ଅପଡେଟ୍ ହୋଇପାରୁନାହିଁ, ତେବେ ଏହାକୁ ବଦଳାଇବାକୁ ପରାମର୍ଶ ଦିଆଯାଇଛି । ଗୁଗଲ୍ ସ୍ପଷ୍ଟ କରିଛି ଯେ, Android ୧୨ କିମ୍ବା ତା’ଠାରୁ ପୁରୁଣା ସ୍ମାର୍ଟଫୋନ୍ଗୁଡ଼ିକ ଆଉ ନୂତନ ସିକ୍ୟୁରିଟି ପ୍ୟାଚ୍ ପାଇବେ ନାହିଁ। ତେବେ କେଉଁସବୁ ଫୋନ୍‌ର ଭର୍ସନ୍ ଏହି ଲିଷ୍ଟ୍‌ରେ ଅଛି ଟିକେ ନଜର ପକାନ୍ତୁ

ଆଣ୍ଡ୍ରଏଡ୍ ୧୨: ୧୧.୪%
ଆଣ୍ଡ୍ରଏଡ୍ ୧୧: ୧୩.୭%
ଆଣ୍ଡ୍ରଏଡ୍ ୧୦: ୭.୮%
ଆଣ୍ଡ୍ରଏଡ୍ ୯: ୪.୫%
ତେବେ ଆଣ୍ଡ୍ରଏଡ୍ ଇକୋସିଷ୍ଟମରେ କେବଳ ଗୁଗଲ୍ ଅପଡେଟ୍ ପାଇଁ ଦାୟୀ ନୁହେଁ, Samsung, Xiaomi, Oppo, Vivo, ଏବଂ Motorola ଭଳି ବ୍ରାଣ୍ଡଗୁଡ଼ିକ ସେମାନଙ୍କର ନିଜସ୍ୱ ଅପଡେଟ୍ ଦେଉଛନ୍ତି। ଅନେକ କମ୍ପାନୀ ଦୁଇରୁ ତିନି ବର୍ଷ ପରେ ଡିଭାଇସଗୁଡ଼ିକୁ ଅପଡେଟ୍ ଦେବା ବନ୍ଦ କରିଦେଉଛନ୍ତି । ଏହାକୁ ଆଣ୍ଡ୍ରଏଡ୍ ଫ୍ରାଗମେଣ୍ଟେସନ୍ କୁହାଯାଏ । ଅନ୍ୟପଟେ, ଆପଲ୍ ଏହାର ଆଇଫୋନ୍ ଗୁଡିକର ହାର୍ଡୱେର୍ ଏବଂ ସଫ୍ଟୱେର୍ ଉଭୟକୁ ନିୟନ୍ତ୍ରଣ କରେ। ଏହି କାରଣରୁ ପୁରୁଣା ଆଇଫୋନ୍ ଗୁଡିକ ମଧ୍ୟ ଅଧିକ ସମୟ ପାଇଁ ଅପଡେଟ୍ ପାଇଥାଏ । ହେଲେ ଆଣ୍ଡ୍ରଏଡ୍ରେ ସୁରକ୍ଷା ବିପଦ ଅଧିକ ଥାଏ ।