ବଡ଼ ମେଡିକାଲରେ ବଡ଼ ଅଘଟଣ, ଖସିଲା ସିଲିଂ, ରୋଗୀ ଗୁରୁତର

କଟକ: କଟକ ବଡ଼ ମେଡିକାଲରେ ବଡ଼ ଅଘଟଣ ଘଟିଛି । ମେଡିକାଲ ଛାତରୁ ସିଲିଂ ଖସିପଡ଼ିବା କାରଣରୁ ଜଣେ ରୋଗୀ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ପୁରୁଣା ମେଡିସିନ ୱାର୍ଡର ସିଲିଂ ଖସିପଡ଼ିବାରୁ ରୋଗୀ ଜଣଙ୍କ ଗୁରୁତର ହୋଇପଡ଼ିଛନ୍ତି । ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରୁ ସିଲିଂ ଖସି ଜଣେ ରୋଗୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଅଘଟଣ ଘଟିବା ପରେ ତୁରନ୍ତ ରୋଗୀ ଜଣଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।ସରକାର ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଦୁର୍ନୀତିଖୋର ଲୋକଙ୍କ ପାଇଁ କଟକ ଏସସିବି ଭଳି ଗୋଟିଏ ବଡ଼ ସରକାରୀ ହସ୍ପିଟାଲରେ ବାରମ୍ବାର ଏଭଳି ଘଟଣା ଘଟିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ସଦ୍ୟ ସୂଚନା ମୁତାବକ ଯେଉଁ ରୋଗୀଙ୍କ ମୁଣ୍ଡରେ ସିଲିଂ ଖସିଲା, ସେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଚିକିତ୍ସିତ ।