Bali Yatra 2025: କଟକ ବାଲିଯାତ୍ରାର ଶେଷ ସଂଧ୍ୟାରେ ପ୍ରବଳ ଭିଡ଼ । ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା । ଶ୍ରେୟା ଘୋଷାଲ କାର୍ଯ୍ୟକ୍ରମ ବ୍ୟାରିକେଡ୍ରେ ଠେଲାପେଲା ସ୍ଥିତି । ୨ ଅଚେତ୍, ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଲେ ଅତିରିକ୍ତ ସିପି । ପ୍ରବଳ ଭିଡ଼ ଯୋଗୁ ୨ ଜଣ ଅଚେତ୍ ହୋଇଥିବା ସୂଚନା । ଆମ୍ୱୁଲାନ୍ସ ଯୋଗେ ୨ ଅଚେତଙ୍କୁ ନିଆଗଲା ମେଡ଼ିକାଲ୍ ।

ତେବେ ଐତିହାସିକ କଟକ ବାଲିଯାତ୍ରାର ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଆସିଛନ୍ତି । ତାଙ୍କ ସୁମଧୁର କଣ୍ଠରେ ମତୁଆଲା ହେଉଛନ୍ତି ଦର୍ଶକ । ତେବେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ହୋଇଛି ରଙ୍ଗାରଙ୍ଗ ସଙ୍ଗୀତ ସନ୍ଧ୍ୟା । ଆଜି ବାଲିଯାତ୍ରାରେ ରବିବାର ଭଳି ଭିଡ ହୋଇଥିବା ନେଇ ଜଣାପଡିଛି । ସାରା ବାଲିଯାତ୍ରା ପଡିଆରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି । ଠିଆ ହୋଇ ଦେଖିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ଧରି ଆଜି ବାଲିଯାତ୍ରା ନଆସିବାକୁ କଟକ ଜିଲ୍ଲାପାଳ ପୂର୍ବରୁ ଅନୁରୋଧ କରିଥିଲେ ।