ସମ୍ବଲପୁର-: ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉନଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ । ଗେଟ ଖୋଲିବା ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟ ଯନ୍ତ୍ରୀ ସୁଶିଲ ବେହେରା । ୬ ତାରିଖ ସକାଳ ୧୦ ଟାରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯିବ । ହୀରାକୁଦ ତଳ ମୁଣ୍ଡର ଜଣ ସାଧାରଣଙ୍କୁ ସେହି ସମୟରେ ମହାନଦୀକୁ ନ ଯିବାପାଇଁ ସତର୍କ କଲେ କତୃପକ୍ଷ । ଯନ୍ତ୍ରୀ କହିଛନ୍ତି ଝାଡଖଣ୍ଡ ଚାନ୍ଦିଲିର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଘାଇ କେଉଁଠି ବି ହୋଇନି, ବର୍ଷାର ପରିମାଣ ସବୁଠି ଅଧିକ ରହୁନି । ମହାନଦୀରେ ୬୦ମି.ମି, ବ୍ରାହ୍ମଣୀରେ ୩୦ ମି.ମି ବର୍ଷା ହୋଇଛି । ଏକକାଳୀନ ଉପର ଓ ତଳ ମୁଣ୍ଡରେ ବାଦଲ ଫାଟିଲେ ବନ୍ୟା ହେବ । ତେଣୁ ଆଗୁଆ ସତର୍କତା ଅବଲମ୍ବନ କରାଯାଉଛି ।