ମଣିପୁର : ଥମିବାର ନା ନେଉନି ମଣିପୁର ହିଂସା । ଏବେବି ଗୁଳି କାଣ୍ଡ ଓ ବୋମାମାଡରେ ଯାଉଛି ନିରୀହ ଜୀବନ । ଗତ କାଲି ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ନିଖୋଜ ହୋଇଥିବା ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆତଙ୍କବାଦୀମାନେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରି ସେମାନଙ୍କ ମୃତଦେହ ବିଷ୍ଣୁପୁର ଓ ଚୁରଚାନ୍ଦପୁର ଜିଲ୍ଲା ସୀମା ଫୋପାଡି ଦେଇଥିଲେ । ମୃତକଙ୍କ ମଧ୍ୟରେ ବାପପୁଅ ବି ଥିବା ଜଣାଯାଇଛି। ମୃତକମାନେ ହେଲେ ଦାରା ସିଂହ, ଇବୋମା ସିଂହ, ରୋମେନ ସିଂହ ଏବଂ ଆନନ୍ଦ ସିଂହ । ଅକାସୋଇ ଗ୍ରାମର ୪ ଜଣ ବୁଧବାର ଚୁରଚାନ୍ଦପୁର ଜିଲ୍ଲା ନିକଟବର୍ତ୍ତୀ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ସେବେଠାରୁ ସେମାନଙ୍କ ସନ୍ଧାନ ମିଳୁ ନଥିଲା । ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ମୃତଦେହର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।