ମହାରାଷ୍ଟ୍ର ନାଗପୁରର ସୀତାବାଡ଼ି ଫ୍ଲାଏ ଓଭର ଉପରେ ଜଳିଗଲା କାର

ମହାରାଷ୍ଟ୍ର: ଫ୍ଲାଏ ଓଭର ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର । ମହାରାଷ୍ଟ୍ର ନାଗପୁରର ସୀତାବାଡି ଫ୍ଲାଏ ଓଭରରେ ଘଟିଛି ଏଭଳି ଘଟଣା । ଯାତ୍ରୀଙ୍କୁ ନେଇ ଏହିକାର ଯାଉଥିବା ସମୟରେ ହଠାତ ଲାଗିଯାଇଥିଲା ନିଆଁ । ନିଆଁ ଲାଗିବା ଦେଖି ଯାତ୍ରୀ ମାନେ ଭୟଭିତ ହୋଇ କାରରୁ ଓହ୍ଲାଇ ଯାଇଥିଲେ । ଫଳରେ କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି କିନ୍ତୁ କାରଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇ ଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଧଳା ରଙ୍ଗର ଏକ କାର (MH 01 BT 8501) ରହଟେ କଲୋନୀ ଚୌକରୁ ଜିରୋ ମାଇଲ୍ ଚୌକ ଆଡକୁ ଯାଉଥିଲା। ଏହି ସମୟରେ ମୋର୍ ଭବନ ନିକଟ ଫ୍ଲାଏ ଓଭର ଉପରେ ହିଁ କାର୍‌ରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ ଏବଂ ନିଜେ ବାହାରି ଆସିଥିଲେ। ଚାହୁଁ ଚାହୁଁ କାର୍‌ଟି ଜଳିବା ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଏ ନେଇ ସୀତାବାଡ଼ି ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସିଭିଲ୍ ଲାଇନ୍‌ର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ କାର୍‌ଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା।