ଲିଫ୍ଟ ଅଘଟଣ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ବ୍ୟୁରୋ: ଲିଫ୍ଟ ଅଘଟଣ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି । ମହାରାଷ୍ଟ୍ର ଥାନେରେ ଗତକାଲି ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ଥାନେ ମୁନସିପାଲ କର୍ପୋରେସନ ପକ୍ଷରୁ କୁହାଯାଇଛି । ଗତ କାଲି ମହାରାଷ୍ଟ୍ର ଥାନେରେ ଲିଫ୍ଟ ଛିଡିପଡିବାରୁ ପ୍ରାୟ ୭ ଜଣଙ୍କ ପ୍ରାଣ ହାନି ହୋଇଛି । ସମସ୍ତ ମୃତକଙ୍କ ପରିଚୟ ମିଳି ସାରିଥବବା ବେଳେ ଜଣେ ମଅତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି । ଲିଫ୍ଟରେ ୭ଜଣ ଶ୍ରମିକ ଥିବା ବେଳେ ସମସ୍ତଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସୂଚନା ମୁତାବକ୍, ଗତକାଲି ସନ୍ଧ୍ୟାରେ ୪୦ ମହଲା ବିଶିଷ୍ଟ ଏକ ବିଲ୍ଡିଂରେ ଲିପ୍ଟ ଛିଣ୍ଡି ପଡିଥିଲା । ଛାତରେ ୱାଟର ପ୍ରୁଫିଂ କାମ ଚାଲିଥିଲା । ଶ୍ରମିକ ମାନେ କାମ ସାରି ଲିପ୍ଟରେ ତଳକୁ ଆସୁଥିବାବେଳେ ଘଟିଥିଲା ଦୁର୍ଘଟଣା ।ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ।