ଖରାପ ପାଗକୁ ନଜରରେ ରଖି ବୃଦ୍ଧି ହୋଇଛି ଯୁକ୍ତ ୨ ଆଡମିଶନ ଅବଧିକ

ଭୁବନେଶ୍ୱର:ବଢିଲା ଯୁକ୍ତ ୨ ଆଡମିଶନ ଅବଧି । ରାଜ୍ୟରେ ଖରାପ ପାଗକୁ ନଜରରେ ରଖି ଯୁକ୍ତ ୨ ଆଡମିଶନ ଅବଧିକୁ ବୃଦ୍ଧି କରି ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ରଖିଛନ୍ତି ରାଜ୍ୟ ସରକାର । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଯୁକ୍ତ ୨ ସ୍ପଟ୍ ଆଡମିଶନ ସମୟ ଅଗଷ୍ଟ ୩ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଜୁଲାଇ ୨୭ ତାରିଖରେ ଯୁକ୍ତ ୨ ସ୍ପଟ୍ ଆଡମିଶନ ଲାଗି ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା । ଆଜି ସୁଦ୍ଧା ସରିଥାନ୍ତା ନାମଲେଖା । ତେବେ ଖରାପ ପାଗକୁ ଦେଖି ଅଗଷ୍ଟ ୩ ଯାଏ ଅବଧି ବୃଦ୍ଧି ପାଇଛି । ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୬ ଓ ଦ୍ୱିତୀୟ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୧୯ରେ ପ୍ରକାଶ ପାଇଥିଲା ।